ବିହାରରେ ୟୁସିସି ଲାଗୁ କରାଇଦେବୁନି : ମୁସଲିମ ପର୍ସନାଲ ଲ’ ବୋର୍ଡକୁ କହିଲେ ନୀତୀଶ

add-all

ପାଟନା : ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ (ୟୁସିସି)କୁ ନେଇ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ୟୁସିସି କୁ ନେଇ ଲ’ କମିସନ ସାରା ଦେଶରେ ଲୋକଙ୍କ ମତାମତ ନେଉଛନ୍ତି । କମିସନଙ୍କ ନିକଟକୁ ବିଭିନ୍ନ ମହଲରୁ ମତାମତ ପହଞ୍ଚିବାରେ ଲାଗିଛି । ତେବେ ୟୁସିସିର ଚୂଡ଼ାନ୍ତ ରୂପରେଖ ଜଣାପଡ଼ିନଥିଲେ ବି ଏବେଠାରୁ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।
ସେପଟେ ୟୁନିଫର୍ମ ସିଭିଲ କୋଡକୁ ନେଇ ଜେଡିୟୁର ବଡ ଆଭିମୁଖ୍ୟ ସାମ୍ନାକୁ ଆସିଛି । ବିହାରରେ ଏହାକୁ ଲାଗୁ କରାଇଦିଆଯିବ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡର ଏକ ପ୍ରତିନିଧି ଦଳ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟି ୟୁନିଫର୍ମ ସିଭିଲ୍ କୋଡ୍ କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରତିନିଧି ଦଳ ସହ ଜେଡିୟୁ ବିଧାୟକ ଖାଲିଦ ଅନୱାର ଏବଂ ମନ୍ତ୍ରୀ ଅଶୋକ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ଖାଲିଦ ଅନୱରଙ୍କ କହିବା ଅନୁଯାୟୀ, ପ୍ରତିନିଧି ଦଳର କଥା ଶୁଣିବା ପରେ ନୀତୀଶ କୁମାର ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ୟୁନିଫର୍ମ ସିଭିଲ କୋଡ୍ ଉପରେ ସମଗ୍ର ଦେଶରେ ସହମତି ନହେବା ପର୍ଯ୍ୟନ୍ତ ସେମାନେ ବିହାରରେ ୟୁସିସି ଲାଗୁ କରିବେ ନାହିଁ। ଖାଲି ସେତିକି ନୁହେଁ ସାରା ଦେଶରେ ୟୁନିଫର୍ମ ସିଭିଲ କୋଡକୁ ମଧ୍ୟ ବିରୋଧ କରାଯିବ ବୋଲି ଦଳ କହିଛି ।

ad-week
Leave A Reply

Your email address will not be published.