୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

add-all

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଏବେ ତତ୍ପର ହୋଇଛି। ଏଥିଲାଗି ସାରାଦେଶରେ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଜାରି ରହିଛି। ଯେଉଁ ସବୁ ସ୍ଥାନରେ ଗତ ଥର ଦଳ ହାରିଥିଲ, ସେହି ସ୍ଥାନରେ ବିଜେପି କିପରି ବୁଥ୍ ସ୍ତରରେ ମଜବୁତ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛି। ତେଣୁ ବିଭିନ୍ନ ସମୟରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ।

ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା ।

ad-week
Leave A Reply

Your email address will not be published.