ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ଆର୍‌ଡି ଜୁନିୟର କଲେଜ

add-all

ଭୁବନେଶ୍ୱର: ୟୁନିଟ ୯ ବାଳିକା ସ୍କୁଲରେ ଚାଲିବ ରମାଦେବୀ ଜୁନିୟର କଲେଜ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଉଠିଯିବ ରମାଦେବୀ ଜୁନିୟର କଲେଜ। ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁରୋଧ କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ।

ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗ ସ୍ଥାନାନ୍ତର ହେବ। ଲାବୋରୋଟୋରୀ ନଥିବାରୁ ଥିବାରୁ ବିଜ୍ଞାନ ବିଭାଗକୁ ଏବେ ସେଠାକୁ ସ୍ଥାନାନ୍ତର କରାଯିବ ନାହିଁ। ସେମାନଙ୍କ ପାଠପଢ଼ା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହେବ। ଅନ୍ୟପକ୍ଷରେ ୟୁନିଟ୍ ୯ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏଥିରେ ନୂଆ କ୍ଲାସ ରୁମ, ପ୍ରେକ୍ଷାଳୟ, ପାଠାଗାର, ବିଜ୍ଞାନଗାର, ହଷ୍ଟେଲ ଇତ୍ୟାଦି ନିର୍ମାଣ କରାଯିବ। ଏଠାରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କ୍ଲାସ୍ କରାଯିବ।

ସେହିପରି ୨ଟି କ୍ଲାସ ରୁମକୁ ମିଶାଇ ଗୋଟିଏ କ୍ଲାସ ରୁମ କରାଯିବ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏହି ସୁପାରିଶ କରାଯାଇଛି। ସୂଚନା ଅନୁଯାୟୀ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୨ କଲେଜ ରହିଛି। ବିଶ୍ୱବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ପାଇଁ ଯୁକ୍ତ ୨ କଲେଜକୁ ବିଶ୍ୱବିଦ୍ୟାଳୟରୁ ଅଲଗା କରିବାକୁ କୁଳପତି ସରକାରଙ୍କୁ ଚିଠି ଲେଖିଥିଲେ।

ad-week
Leave A Reply

Your email address will not be published.