୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ

add-all

ବୌଦ୍ଧ: ଫ୍ଲିପ୍‌କାର୍ଟରେ ଚାକିରି କରି କୌଶଳକ୍ରମେ କମ୍ପାନିରୁ ୩୯ ଲକ୍ଷ ଟଙ୍କା ଠକେଇ କରିଥିବା ତିନି ଜଣ ଠକ ଅଧକାରୀଙ୍କୁ ବୌଦ୍ଧ ପୁଲିସ ଗରିଫ କରିବାରେ ସଫଳ ହୋଇଛି। ଏନେଇ ଏସପି ରାଜ୍ ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଅଭିଯୁକ୍ତ ତିନି ଜଣ ଫ୍ଲିପ୍‌କାର୍ଟର କମ୍ପାନିର ବିଭିନ୍ନ ଡିଷ୍ଟ୍ରିବ୍ୟୁସନ ପଏଣ୍ଟର ହବ୍ ଇନ୍ଚାର୍ଜ ଭାବରେ କାମ କରୁଥିଲେ। କ୍ୟାସ୍ ଅନ୍ ଡେଲିଭରି ଭାବରେ ଅସୁଥିବା ସାମଗ୍ରୀରୁ ସଂଗୃହିତ ହେଉଥିବା ଅର୍ଥରାଶି କମ୍ପାନିକୁ ନ ପଠାଇ ନିଜେ ହଡ଼ପ କରୁଥିଲେ। ଏଥି ସହିତ ନିଜେ କମ୍ପାନି ପାଖରୁ ଜିନିଷ ଅର୍ଡର୍ କରି ସେଗୁଡ଼ିକୁ ବିକ୍ରି କରି ଦେଉଥିଲେ। ଏଭଳି ଭାବରେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ୨୮ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ନେଇ କେସ ନଂ ୮୫/୨୩ ମାମଲା ରୁଜୁ ହୋଇଥିଲା। କଣ୍ଟାମାଳ ଥାନାରେ ୧ଲକ୍ଷ ୯୪ ହଜାର ଟଙ୍କା ଠକେଇ ହୋଇଥିବା କେସନ ୧୧୧/୨୩ ଓ ଅନୁଗୁଳ ଜିଲ୍ଲା ବାମୁର ଥାନାରେ ୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କ ଫୋନ ଟ୍ରାକିଂ କରାଯାଉଥିଲା। ଶନିବାର ଦୁଇଟି ବାଇକରେ ବୌଦ୍ଧକୁ ଆସୁଥିବା ଜାଣିପାରି ଜିଲ୍ଲା ସୀମାନ୍ତରେ ପୁଲିସର ସ୍ବତନ୍ତ୍ର ଟିମ କାବୁ କରିଥିଲା। ସେମାନଙ୍କ ପାଖରୁ ଦୁଇଟି ଦାମି ବାଇକ ବାଇକ(ଓଡି-୩୩-ଏଜି-୯୭୮୫ ଓ ଓଡି-୦୨-ସିଜେ-୦୯୬୩) ସହ ଗୋଟିଏ ଲାପ୍ଟପ୍, ତିନିଟି ମୋବାଇଲ ଓ ସାଢ଼େ ଚାରି ଲକ୍ଷ ଟଙ୍କା ଜବତ ହୋଇଛି। ତିନି ଅଭିଯୁକ୍ତ ହେଲେ ନୟାଗଡ଼ ସହରର ସୁନୀଲ ପ୍ରିୟରଞ୍ଜନ ପାଲ(୨୫), ଖୋର୍ଦ୍ଧା ବାଘମାରି ଗ୍ରାମର ଆଶିଷ ରଞ୍ଜନ ପ୍ରଧାନ(୨୪) ଓ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ବ୍ୟୋମକେଶ ଗିରି(୩୧) । 

ad-week
Leave A Reply

Your email address will not be published.