ସୀମା ହୈଦରଙ୍କୁ ଚେତାବନୀ, ୩ ଦିନ ମଧ୍ୟରେ ଭାରତ ଛାଡ

add-all

ନୂଆଦିଲ୍ଲୀ : ସୀମା ହୈଦରଙ୍କୁ ନେଇ ପୁଣି ବଢିଲା ବିବାଦ। ଅବୈଧ ଭାବେ ଭାରତ ପ୍ରବେଶକୁ ବିରୋଧ କଲା ‘ଗୋ ରକ୍ଷା ହିନ୍ଦୁ ଦଳ’। 72 ଘଣ୍ଟା ମଧ୍ୟରେ ଦେଶ ଛାଡନ୍ତୁ କିମ୍ବା ଅନ୍ୟ କିଛି ଉପାୟ ବାହାର କରିବାକୁ ଚେତାବନୀ। ସଂଗଠନର ଜାତୀୟ ସଭାପତି ବେଦ ନାଗର ଏକ ଭିଡିଓ ଜାରି କରି କହିଛନ୍ତି ଯେ, “ସୀମା ହୈଦର ଜଣେ ପାକିସ୍ତାନୀ ଗୁପ୍ତଚର ହୋଇପାରନ୍ତି ଏବଂ ଦେଶ ପାଇଁ ବିପଦ ସୃଷ୍ଟି କରିପାରନ୍ତି।”
ସେ ଆହୁରି କହିଛନ୍ତି, ଆମେ କେବେ ଆତଙ୍କବାଦୀ ଦେଶର ଜଣେ ମହିଳାଙ୍କୁ ସହ୍ୟ କରିପାରିବୁ ନାହିଁ। ଯଦି ସୀମା 72 ଘଣ୍ଟା ମଧ୍ୟରେ ଦେଶ ନ ଛାଡନ୍ତି ତେବେ ଆମେ ଆନ୍ଦୋଳନ କରିବୁ। ପାକିସ୍ତାନର ସୀମା ଗୁଲାମ ହୈଦର(30) ଏବଂ ସଚିନ ମୀନା(25) ଅନଲାଇନ୍ ଗେମ୍ PUBG ରେ କଥା ହେବାବେଳେ ପ୍ରେମରେ ପଡିଥିଲେ। ସେ ନେପାଳ ଦେଇ ଭାରତକୁ ବେଆଇନ ଭାବେ ପ୍ରବେଶ କରିବା ପରେ ଗ୍ରେଟର ନୋଏଡାର ରାବପୁରା ଅଞ୍ଚଳରେ ରହୁଛନ୍ତି।
ନେପାଳ ରାସ୍ତା ଦେଇ ବିନା ଭିସାରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବାରୁ ତାଙ୍କୁ ଜୁଲାଇ 4 ରେ ଗିରଫ କରିଥିଲା ପୋଲିସ। ଏଥିସହ ତାଙ୍କ ପ୍ରେମିକ ଭାରତୀୟ ଯୁବକ ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପରେ ଉଭୟଙ୍କୁ ଜାମିନ ଦିଆଯାଇଛି। ଜାତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପ କରିବା ସମୟରେ ସୀମା ଗୁପ୍ତଚର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଯଦି ଏପରି କିଛି ଥାଏ ତେବେ ସତ ପଦାକୁ ଆସିବ। ଯଦି ମୁଁ ଗୁପ୍ତଚର ହୋଇଥାନ୍ତି ତେବେ ମୋର ନିରୀହ ପିଲାମାନଙ୍କୁ ନନେଇ ଏକାକୀ ଭାରତ ଆସିଥାନ୍ତି।’

ad-week
Leave A Reply

Your email address will not be published.