ବିରୋଧୀ ଦଳ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର

add-all

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର। 24 ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା। ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା ହେବା ପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ମଧ୍ୟରେ ଏକ ବୈଠକ ବସିବ।
ଏହି ବୈଠକରେ ଏନିସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଯୋଗଦେବେ। ଏହା ପୂର୍ବରୁ ଯୋଗଦେବାକୁ ଥିବା 24 ବିରୋଧୀ ଦଳକୁ ନେଇ ଆଜି ଏକ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଶରଦ ପାୱାର କିନ୍ତୁ ଏହି ରାତ୍ର ଭୋଜନରେ ଉପସ୍ଥିତ ରହିବେ ନାହିଁ, ମଙ୍ଗଳବାର(ଜୁଲାଇ 18)ରେ ଥିବା ବୈଠକରେ ଉପସ୍ଥିତ ରହିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ସେମାନଙ୍କ ମତଭେଦକୁ କିପରି ଦୂର କରିବେ ସେନେଇ ଆଲୋଚନା କରିବେ ଏବଂ 2024 ଲୋକସଭା ନିର୍ବାଚନକୁ ନେଇ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବେ ବୋଲି ଆଶା କରାଯାଉଛି।
2024 ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ ପାଇଁ ଫୁଲ୍ ଦମରେ ଲାଗି ପଡିଛନ୍ତି ୟୁନାଇଟେଡ ପ୍ରୋଗ୍ରେସିଭ୍ ଆଲାଏନ୍ସ(UPA) ଏବଂ ନ୍ୟାସନାଲ୍ ଡେମୋକ୍ରାଟିକ ଆଲାଏନ୍ସ(NDA)। ଆସନ୍ତାକାଲି ମଧ୍ୟ ଏନଡିଏ ଶକ୍ତି ପ୍ରଦର୍ଶନ କରିବାର ସୂଚନା ରହିଛି।

ad-week
Leave A Reply

Your email address will not be published.