ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ

add-all

ବାରିପଦା-ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଭୁଜାଲି ମାଡ ହୋଇଛି। ଘଟଣା ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକରେ ଘଟିଛି। ସୂଚନା ଅନୁଯାୟୀ, ବଡସାହି ଥାନା ଅନ୍ତର୍ଗତ ଖାନୁଆ ଗ୍ରାମର ଦୋଳଗୋବିନ୍ଦ ବେହେରାଙ୍କୁ ରବିବାର ସନ୍ଧ୍ୟା ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ଡୁକୁରା ଛକ ଠାରେ ଭୁଜାଲିରେ ଆକ୍ରମଣ କରିଛନ୍ତି।

ଆକ୍ରମଣରେ ଯୋଗୁଁ ଗୁରୁତର ଅବସ୍ଥାରେ ପିଆରଏମ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ଉକ୍ତ ଅଞ୍ଚଳର ହେମେନ୍ଦ୍ର ଗିରି, ସଂଗ୍ରାମ ସିଂ, କୁନା ସିଂ ମିଶି ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ପୂର୍ବ ଶତ୍ରୁତା ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଆକ୍ରମଣ କରିଥିବା ନେଇ ପରିବାର ଲୋକେ କହିଛନ୍ତି।

ad-week
Leave A Reply

Your email address will not be published.