ପୁନର୍ବାସ କଲୋନୀର ସମସ୍ୟା ନେଇ ବିଏମସି କମିଶନରଙ୍କୁ ଦାବି ପତ୍ର

add-all

ବ୍ରହ୍ମପୁର : ପୁନର୍ବାସ କଲୋନି, ପ୍ରେମ ନଗର ୬ଷ୍ଠ ଗଳି ବାସିନ୍ଦା ଏବଂ ଆମ୍ ଆଦମୀ ପାର୍ଟି, ବ୍ରହ୍ମପୁରଙ୍କ ମିଳିତ ସହଯୋଗ ରେ ଏକ ଦାବିପତ୍ର ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା। ପ୍ରାୟ ଏକ ବର୍ଷ ପୂର୍ବେ ଏହି କଲୋନିରେ ବହୁ ବସ୍ତି ବାସିନ୍ଦା ଙ୍କୁ ଥଇଥାନ କରାଯାଇଥିଲା, କିନ୍ତୁ ଏଠାରେ ବହୁତ ଅବ୍ୟବସ୍ଥା ରହିଥିବା ଅଭିଯୋଗ କରଛନ୍ତି ଅଞ୍ଚଳ ବାସୀ । ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ କଲୋନିର ପ୍ରତ୍ୟେକ ଘରେ ବର୍ଷା ପାଣି ବୋହୁଛି, ଛାତ, କାନ୍ଥ ରେ ସବୁବେଳେ ପାଣି ରହି ସମସ୍ତ ବସ୍ତୁ ଖରାପ ହୋଇଯାଉଛି । ତେଣୁ ତୁରନ୍ତ ଏହାର ମରାମତି ବ୍ୟବସ୍ଥା ଗ୍ରହଣ କରିବା, କୋଠଘର ଏବଂ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିବା, କଲୋନି ସମ୍ମୁଖରେ ଥ‌ିବା ଖାଲି ସ୍ଥାନରେ ପିଲାଙ୍କ ଖେଳିବା ପାଇଁ ଉଦ୍ୟାନ ବ୍ୟବସ୍ଥା କରିବା, ଜଳ ନିଷ୍କାସନ ପାଇଁ କରାଯାଇଥିବା ନାଳ ବ୍ୟବସ୍ଥା ଠିକ୍ ଭାବେ ହୋଇ ନଥିବା ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନି।ଫଳରେ ପରିବେଶ ଦୂଷିତ ହୋଇ ପଡ଼ିଛି । ତେଣୁ ଜଳ ନିଷ୍କାଶନ ବ୍ୟବସ୍ଥାକୁ ତୁରନ୍ତ କରାଯିବା ଆଦି ଦାବିରେ ଅଞ୍ଚଳବାସୀ ନିଗମ କମିସିନର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।।ଏହି ଅବସରରେ ବହୁ ବସ୍ତି ବାସିନ୍ଦା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.