ଆଉଟସୋର୍ସିଂ ବ୍ୟବସ୍ଥା ଉଚ୍ଛେଦ ଓ ନିୟମିତ ନିଯୁକ୍ତି ଦାବିରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ

add-all

ବ୍ରହ୍ମପୁର : ରାଜ୍ୟ ସଂଘର ଡାକରା କ୍ରମେ ରାଜ୍ୟରେ ତିନୋଟି ଆରଡିସି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର କାର୍ଯ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ରେ ୮ ଟି ଜିଲ୍ଲା ର ବିଭିନ୍ନ ବିଭାଗ ର ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଏକ ବିଶାଳ ରାଲି ଟାଟାବେଞ୍ଜ ଛକ ଠାରୁ ବାହାରି ଆରଡିସି ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ବିକ୍ଷୋଭପ୍ରଦର୍ଶନ କରିଥିଲେ। ରାଜ୍ୟ କର୍ମଚାରୀ ନେତା ପ୍ରତାପ ପ୍ରଧାନ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ସ୍ତମ୍ଭକାର ଭାଲ ଚନ୍ଦ୍ର ଷଡ଼ଙ୍ଗୀ,ରାଜ୍ୟ ସମ୍ପାଦକ ମାନସ ଦାସ,ଦୀପକ ପ୍ରଧାନ, ଦିବ୍ୟଲୋଚନ ସ୍ୱାଇଁ, ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଅବନୀ ଗୟା ପ୍ରମୁଖ ଯୋଗ ଦେଇ ସମସ୍ତ ଦାବୀ କୁ ନେଇ ପୁଣି ଆସନ୍ତା ଜୁଲାଇ୩୧ତାରିଖ ରେ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ହୋଇଛି । ପୂର୍ବରୁ 10 ଦଫା ଦାବିକୁ ନେଇ ମହାସଂଘ ପୂର୍ବରୁ ବହୁଥର ଆନ୍ଦୋଳନ ହୋଇଥିଲେ ମଧ୍ୟ ସରକାର କେବଳ ପ୍ରତିଶୃତି ଦେଇ ଉକ୍ତ କର୍ମଚାରୀ ମାନଂକୁ ଭଣ୍ଡାଇ ଚାଲିଛନ୍ତି I ରାଜ୍ୟ ରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ଉଛେଦ ହେଲା ବୋଲି ସରକାର ଘୋଷଣା କରିଥିବା ବେଳେ ପ୍ରକୃତରେ ଅସ୍ଥାୟୀ ଠିକା ପ୍ରଥା ଅଧୀନ ରେ ଥିବା ଏହି କର୍ମଚାରୀ ମାନଙ୍କ କଥା ସରକାର ପ୍ରାୟ ଭୁଲି ଯାଇଛନ୍ତି I ଏହାକୁ ନେଇ ରାଜ୍ୟ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ମଧ୍ୟରେ ଘୋରଅସନ୍ତୋଷ ପ୍ରକାଶ ପାଇଛି।
ବର୍ତମାନ ସ୍ୱଳ୍ପ ଦରମା ରେ ଏହି କର୍ମଚାରୀ ମାନେ ଅସ୍ଥାୟୀ ଭାବେ କାର୍ଯ୍ୟକରୁଛନ୍ତି I ତେଣୁ ଆଗାମୀ ଦିନରେ ଆନ୍ଦୋଳନ କୁ ଦୁର୍ବାର ରୂପ ନେବ ବୋଲି ରାଜ୍ୟ ନେତୃବୃନ୍ଦ ମାନେ ମତ୍ତ ବ୍ୟକ୍ତ କରିଥିଲେ I ଉକ୍ତ I
ରାଜ୍ୟରୁ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଛେଦ ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା,କାର୍ଯ୍ୟକ୍ଷେତ୍ର ରେ ଚାକିରୀ ର ସୁରକ୍ଷା ପ୍ରଦାନ କରିବା,
ଛଟେଇ ହୋଇଥିବା କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦେବା,ବଜାର ଦର ଅନୁସାରେ ଦରମା ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା,ମହିଳା କର୍ମଚାରୀ ମାନଂକୁ ମାତୃତ୍ୱ କାଳୀନ ଛୁଟି ପ୍ରଦାନ କରିବା,ଇପିଏଫ /ଇଏସଆଇ ର ସଠିକ ପୈଠ କରିବା,ବରିଷ୍ଠତା ଓ ଦକ୍ଷତା ଭିତ୍ତି ରେ ପଦୋନ୍ନତି ର ବ୍ୟବସ୍ଥାକରିବା ଆଦି ଦାବୀ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ସଙ୍ଘ I ଏହି ସମାବେଶ ରେ ଦକ୍ଷିଣାଞ୍ଚଳ ଜିଲ୍ଲା ର ସମସ୍ତ କର୍ମଚାରୀ ସଙ୍ଘ ର ନେତା ମାନେ ସାମିଲ ହୋଇଥିଲେ। I

ad-week
Leave A Reply

Your email address will not be published.