ହାଇସ୍କୁଲ ପରିସରରେ ତିନୋଟି ଭାଲୁ, ଛାତ୍ରଛାତ୍ରୀ ଭୟଭୀତ

add-all

ନବରଙ୍ଗପୁର : ସ୍କୁଲ ପରିସରରେ ଭାଲୁ ଆତଙ୍କ ଦେଖାଯାଇଛି। ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇଛନ୍ତି । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝିରେ ଭାଲୁ ରହିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି। ତେଣୁ ସ୍କୁଲର ଛାତ୍ରଛାତ୍ରୀ ଭୟ କରିଛନ୍ତି।

ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି ଏବଂ ୧୬ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ କର୍ମଚାରୀ ରହିଛନ୍ତି। ଘଟଣାସ୍ଥଳରେ ବର୍ତ୍ତମାନ ବନ ବିଭାଗର ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସକାଳେ ରାତ୍ରି ଜଗୁଆଳି ୬ଟି ଭାଲୁ ଦେଖିଥିବା ପ୍ରଧାନଶିକ୍ଷକ  ଅଭିଳାଷ ସାହୁ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.