ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭୁଶୁଡ଼ିଲା; ଜଣେ ଆହତ, ଭାଙ୍ଗିଲା ୩ଟି ବାଇକ୍‌

add-all

ନବରଂଗପୁର: ସୋମବାର ଅପରାହ୍‌ଣରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭୁଶୁଡ଼ିପଡ଼ିଛି। ଏହି ଅପ୍ରୀତିକର ଘଟଣା ଯୋଗୁଁ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ୩ଟି ବାଇକ୍‌ ଭାଙ୍ଗିଯାଇଛି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କର ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଛି। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୨ ଦିନ ହେବ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଦୁର୍ବଳ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ, ପ୍ରତିବର୍ଷ ଏହି କାର୍ଯ୍ୟାଳୟରେ କୌଣସି ନା କୌଣସି ମରାମତି କାମ କରାଯାଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁଁ ଆଜି ପାଚେରୀ ଭାଙ୍ଗିଥିବା ଲୋକେ ଅଭିଯୋଗ ଆଣିଛନ୍ତି।

ad-week
Leave A Reply

Your email address will not be published.