ଆସିକା ଥାନା ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ ପରେ ଅପରାଧ ତତ୍ତ୍ୱଙ୍କ ବ୍ୟବସାୟ ଠପ..

ସୁଯୋଗ ଅପେକ୍ଷା ରେ ମାଫିଆ…!!

add-all


ବ୍ରହ୍ମପୁର: ୩ -୮ ସାରା ରାଜ୍ୟରେ ଆସିକା ଏକ ଅପରାଧ ପରାୟଣ କେନ୍ଦ୍ର ରୂପ କିଛି ବର୍ଷପୂର୍ବେ ପରିଚିତ ଥିଲା। କିନ୍ତୁ ତଳ ଦିନେ ଶରତ ଚନ୍ଦ୍ର ବୁରୁଦା, ବାଲେଶ୍ଵର ଗିଧି, ସନ୍ତୋଷ କୁମାର ଜେନା ଓପ୍ରଶାନ୍ତ କୁମାର ସାହୁ ଭଳି ଥାନା ଅଧିକାରୀ ମାନେ ଏଠାରେ ଦାୟିତ୍ୱ ନେବେ ପରେ ଆସିକା ରେ ଆଇନଶୃଙ୍ଖଳା ରେ ସୁଧାର ଆସିଥିଲା।ବର୍ତ୍ତମାନ ଏଠାରେ ଥିବା ପ୍ରଶାନ୍ତ କୁମାର ସାହୁ ପୁରୀ ଜିଲ୍ଲାକୁ ଡି ଏସ ପି ଭାବେ ବଦଳି ହେବା ପରେ ପି ସ୍ୱରୂପ କିଶନ ଆସିକା ଥାନା ଅଧିକାରୀ ଭାବେ ଦାୟିତ୍ଵ ନେଇଛନ୍ତି। ପ୍ରଶାନ୍ତ କୁମାର ସାହୁ ଙ୍କ ବିଦାୟ କାଳୀନ ସମର୍ଦ୍ଧନା କାର୍ଯ୍ୟକ୍ରମ ରେ ଆସିକା ର ରାଜନେତା,ବ୍ୟବସାୟୀ, ସରକାରୀ କର୍ମଚାରୀ ଓ ସାଧରଣ ଜନତାଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନୂଆ ଥାନା ବାବୁଙ୍କୁ ମଧ୍ୟ ପୁଷ୍ପଗଛ ଦେଇ ସମର୍ଦ୍ଧନା କରିଥିଲେ।ଏବେ ବି କେତେକ ବ୍ୟବସାୟୀ ରାଜନେତା ଙ୍କୁ ଧରି ଥାନା ବାବୁଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ନେଇ ଆଲୋଚନା ହେଉଛି।ଏପଟେ ନୂଆ ଥାନା ବାବୁ ଦାୟିତ୍ୱ ନେବା ପରେ ଚୋରାବାଲି ବ୍ୟବସାୟ ବନ୍ଦ ରହିଛି।ସେହି ପରି ଚୋର ମଦ ବ୍ୟବସାୟୀ ଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି ବୋଲି ଖବର ମିଳୁଛି । ଚୋରା ରେ ନିଶା ଦ୍ରବ୍ୟ ଓ ଅନ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ଗତି ବିଧି ଉପରେ ନଜର ରଖି ସେମାନଙ୍କ ର ସାମ୍ରାଜ୍ୟ ପୁଣି କେମିତି ଚାଲିବ ପ୍ରୟାସ ଓ ସୁଯୋଗ ଖୋଜୁଥିବା ସାଧରଣ ରେ ଆଲୋଚନା ହେଉଛି। ଦେଖା ଯାଉ ଆଗାମୀ ଦିନରେ ସେମାନେ ସଫଳ ହେଉଛନ୍ତି ନା ପୋଲିସ ପଞ୍ଝା ରେ ପଡୁଛନ୍ତି ତାହା ସମୟ ହିଁ କହିବ l ସାଧାରଣ ଲୋକ ଥାନା କୁ ଯିବାକୁ ଭୟ କରୁଥିଲେ ଅଭିଯୋଗ ତ ଦୂରର କଥା ନୂତନ ଥାନା ଅଧିକାରୀ ସାଧାରଣ ଜନତା ଙ୍କ ସ୍ୱର ହୋଇ ଠିଆ ହେବେ ନା ଇତିହାସ ର ପୁନରାବୃତ୍ତି କରିବେ ତାହା ସମୟ ସାଫେକ୍ଷ…

ad-week
Leave A Reply

Your email address will not be published.