ଅର୍ଚ୍ଚନା ନାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ…

add-all

କଟକ: ଅର୍ଚ୍ଚନା ନାଗଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ। ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ। କିନ୍ତୁ ଇଡି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା। ପୂର୍ବରୁ ଏପ୍ରିଲ ମାସରେ ଅକ୍ଷୟ ପରିଜା ବ୍ଲାକମେଲ କେସରେ ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ଭୁବନେଶ୍ବରସ୍ଥିତ ଦୌରା ଅଦାଲତରେ ଜାମିନ ଖାରଜ ହେବାପରେ ଅର୍ଚ୍ଚନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅର୍ଚ୍ଚନା ନାଗ ଘଟଣାରେ ନିଜକୁ ପୀଡ଼ିତା ବୋଲି ଦର୍ଶାଇ ଶ୍ରଦ୍ଧାଞ୍ଜଳି ବେହେରା ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପୁଲିସ ତଦନ୍ତ କରି ଏହି ମାମଲ‌ାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିସାରିଛି। ଏହି ମାମଲାରେ ଜଗବନ୍ଧୁଙ୍କୁ ହାଇକୋର୍ଟ ମାର୍ଚ୍ଚ ୧୫ରେ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ।

ad-week
Leave A Reply

Your email address will not be published.