ମଧୁମେହକୁ ମାତ୍ ଦେଇପାରିବ ଏହି ପାନୀୟ, ଖୁଲାସା କଲେ ବୈଜ୍ଞାନିକ

add-all

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ମାତ୍ ଦେବାପାଇଁ ପରୀକ୍ଷା-ନିରୀକ୍ଷା ଜାରି ରଖିଛନ୍ତି ବୈଜ୍ଞାନିକ। ଏହାରି ମଧ୍ୟରେ ଟାଇପ୍-୨ ମଧୁମେହ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନକାରୀଙ୍କୁ ମିଳିଛି ନୂଆ ସୁରାକ। କୋମ୍ବୁଚା ଭଳି ଏକ ପାନୀୟ ରହିଛି, ଯାହା ଟାଇପ୍-୨ ଡାଇବେଟିସକୁ ଚେକମେଟ୍ ଦେଇପାରିବ। ଏଥିରେ ଥିବା ବ୍ୟାକ୍ଟେରିଆ କିମ୍ବା ଇଷ୍ଟ ଗ୍ଲୋବସ୍ ରକ୍ତରେ ଶର୍କରା ସ୍ତର ହ୍ରାସ କରି ଟାଇପ୍-୨ ମଧୁମେହକୁ ଦୂର କରିପାରେ ବୋଲି ଅନୁସନ୍ଧାନକାରୀ କହିଛନ୍ତି। ମଙ୍ଗଳବାର (ଅଗଷ୍ଟ ୧)ରେ ଫ୍ରଣ୍ଟିଅର୍ସ ଇନ୍ ନ୍ୟୁଟ୍ରିସନରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି।
ଅଧ୍ୟୟନର କ୍ଲିନିକାଲ୍ ପରୀକ୍ଷଣ ଜିଓର୍ଜୀଟାଉନ୍ ୟୁନିଭରସିଟି, ନେବରାସ୍କା-ଲିଙ୍କନ୍ ୟୁନିଭରସିଟି ଏବଂ ମେଡଷ୍ଟାର୍ ହେଲଥର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ଅଧ୍ୟୟନରେ ଭାଗ ନେଇଥିବା ଅଂଶଗ୍ରହଣକାରୀମାନଙ୍କୁ ଦୁଇ ମାସରେ କୌଣସି ଖାଦ୍ୟପେୟ ପ୍ରତିବନ୍ଧକ ବିନା କୋମ୍ବୁଚା କିମ୍ବା ପ୍ଲେସେବୋ (ମିଛିମିଛିକା ଔଷଧ) ଖାଇବାକୁ କୁହାଯାଇଥିଲା। ଅଂଶଗ୍ରହଣକାରୀ ଗୋଟିଏ ମାସରେ କୋମ୍ୱୁଚା ଏବଂ ଅନ୍ୟ ଏକ ମାସରେ ପ୍ଲେସେବୋ ଖାଇଥିଲେ। ଏହାପରେ ଅନୁସନ୍ଧାନ କରାଯାଇଥିଲା। ଏଥିରୁ ଜଣାଗଲା ଯେ, ଯେଉଁ ଲୋକଙ୍କ ଶରୀରରେ ମଧୁମେହ ନଥିଲା ସେମାନଙ୍କ ରକ୍ତରେ ଶର୍କରା ହ୍ରାସ ପାଇଛି।
ପରୀକ୍ଷଣ ସମୟରେ କୋମ୍ବୁଚା ରକ୍ତରେ ଗ୍ଲୁକୋଜ ସ୍ତରକୁ ଚାରି ସପ୍ତାହ ପରେ ୧୬୪ରୁ ୧୧୬ ମିଲିଗ୍ରାମ/ଡେସିଲିଟରରୁ କମ୍ କରିଥିବାବେଳେ ପ୍ଲେସେବୋ ସେବନକାରୀଙ୍କ ମଧ୍ୟରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନଥିଲା। ଏହା କୋମ୍ବୁଚା ପ୍ରଭାବକୁ ପରୀକ୍ଷା କରୁଥିବା ପ୍ରଥମ କ୍ଲିନିକାଲ ପରୀକ୍ଷଣ ବୋଲି ଅଧ୍ୟୟନ ଲେଖକ ଡାନ ମେରିନଷ୍ଟାଇନ କହିଛନ୍ତି।
କୋମ୍ବୁଚା କ’ଣ?
ଚାଇନାରେ ଉତ୍ପନ୍ନ କମ୍ବୁଚା ହେଉଛି ଏକ ଫେଣ୍ଟେଡ୍ ଚା’। ଏହା ୧୯୯୦ ଦଶକରେ ଆମେରିକାରେ ଲୋକପ୍ରିୟତା ହାସଲ କରିଥିଲା। ଏହାର ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି, ଇମ୍ୟୁନିଟି ବୃଦ୍ଧି କରିବା ସହ, ଶରୀରକୁ ଶକ୍ତି ଯୋଗାଏ ଏବଂ ପ୍ରଦାହକୁ ହ୍ରାସ କରେ।

ad-week
Leave A Reply

Your email address will not be published.