ଲଗାଣ ବର୍ଷା ଭାଙ୍ଗିଲା ପାଞ୍ଚଟି ଘର ଓ ସହାୟତାର ହାତ ବଢେଇଲେ ସମାଜ ସେବୀ ହରପ୍ରସାଦ ନାୟକ

add-all

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଳକରେ ୪ରୁ ୫ ଦିନ ହେବ ବର୍ଷା ଯୋଗୁଁ ଟିକିରି ସ୍ଥିତ ଝୋଡିଆ ସାହିରେ ପାଞ୍ଚ ଜଣ ନିରିହ ଙ୍କ ଘର ଭାଙ୍ଗି ଯାଇଛି । କସେଇ ଝୋଡିଆ, ଜିରମ ଝୋଡିଆ, ଜିଲା ଝୋଡିଆ, ଜୁଝି ଝୋଡିଆ, ବିବି ଝୋଡିଆ ଙ୍କ ଘର ଭାଙ୍ଗିଛି
ଏଥି ମଧ୍ୟରୁ ଜିରମ ଝୋଡିଆ ଓ ଜିଲା ଝୋଡିଆ ଙ୍କ ଘର ସମ୍ପର୍ଣ ଭାଙ୍ଗିଯାଇଥିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି ।ଏହି ସମୟରେ ଦେବଦୃତ ହୋଇ ସାହାଯ୍ୟର ହାତ ବଢେଇଥିଲେ ସମାଜ ସେବୀ ହରପ୍ରସାଦ ନାୟକ । ଦୁଇ ଜଣ କୁ ପଲିଥିନ ଜରି ଦେଇ ନିଜ ଘରେ ପକାଇବା ପାଇଁ ଓ ଝୋଡିଆ ସାହିରେ ପୂର୍ବରୁ ଯେପରି କଲେରା ପାଇଁ କାଶିପୁର ଚର୍ଚ୍ଚା ରେ ଥିବା ବେଳେ ଏହି ସବୁକୁ ନଜର ରଖି ଆଜି ଝୋଡିଆ ସାହିରେ ବ୍ଲିଚିଙ୍ଗ ପକେଇଥିଲେ ।ସେହି ପରି ସାରା ରାଜ୍ୟରେ ମଧ୍ୟ ଆଖି ଧର ଚାଲିଥିବା ବେଳେ ଝୋଡିଆ ସାହିରେ ହରପ୍ରସାଦ ଆଇଡ଼୍ରପ ବାଣ୍ଟିଥିଲେ । ହେଲେ ଯେଉ ମାନଙ୍କ ଘର ଭାଙ୍ଗିଛି ସେହି ମାନଙ୍କୁ କିପରି ସରକାର ଙ୍କ ସହାୟତା ମିଳିବ ବୋଲି ସରକାର ସହାୟତାକୁ ଅପେକ୍ଷା କରିଛନ୍ତି । ତେଣୁ ଏଥି ପ୍ରତି ସରକାର କେବେ ଦୃଷ୍ଟି ଦେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।
ପୁଣି ଏକ ଦଦରା ଘରେ ସଚନୀୟ ଅବସ୍ଥାରେ ଜଗନ୍ନାଥ ଝୋଡିଆ ଶୋଇଥିବା ଦେଖିବାକୁ ମିଳିଛି କେତେବେଳେ ଯେ ଘୋର ଭୁଷୁଡି ପଡିବ ତାହା କହିହେବ ନାହିଁ ।ସମୟ ଥାଉଥାଉ ଯୋଦି ପଦକ୍ଷେପ ନ ନିଆଯାଏ ଶୋଇଥିବା ସମୟରେ କିଛି ବି ଅଘୋଟଣ ଘୋଟିବାର ସମ୍ଭାବନା ରହିଛି ।

ad-week
Leave A Reply

Your email address will not be published.