ମାଥିଲି ସାଲିମି ଗ୍ରାମ ପଞ୍ଚାୟତରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ଶିବିର

add-all

ମାଲକାନଗିରି(୦୨/୦୮) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧିନରେ ଜିଲ୍ଲା ପ୍ରଶାସନ ଏବଂ ବିଏସଏଫ ମାଲକାନଗିରିଙ୍କ ମିଳିତ ଆନୁକୂଲ୍ୟରେ ମାଥିଲି ବ୍ଲକର ସାଲିମି ଗ୍ରାମ ପଞ୍ଚାୟତ ଠାରେ ଯୁବକଯୁବତୀଙ୍କ ମଧ୍ୟରେ ନିଯୁକ୍ତି ଏବଂ ଦକ୍ଷତା ପ୍ରଶିକ୍ଷଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଏସଏଫ ସେକଣ୍ଡ ବାଟାଲିୟନର କମାଣ୍ଡିଂ ଅଫିସର ଶ୍ରୀ ଭି ପି ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସାଲିମି ସରପଞ୍ଚ ଶ୍ରୀ ବନ୍ଧୁ ଭୂମିଆ, ବିଏସଏଫ ସେକେଣ୍ଡ ବାଟାଲିୟନ ସେକେଣ୍ଡ ଇନ୍ କମାଣ୍ଡଣ୍ଟ ଶ୍ରୀ ସିକନ୍ଦର ସିଂ, ବିଏସଏଫ ମାଲକାନଗିରି, ଡେପୁଟୀ କମାଣ୍ଡଣ୍ଟ, ଶ୍ରୀ ଶୁଭଞ୍ଜନ ମହାପାତ୍ର, ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀ ମନସ୍ୱୀ ସେଠୀ, ଜିଲ୍ଲା ଯୁବ ଅଧିକାରୀ, ଶ୍ରୀ ହରିଶ ରୁପଲ, ଜିଲ୍ଲା ପରିଷଦ ସ୍କିଲ୍ ପ୍ରୋଜେକ୍ଟ ମ୍ୟାନେଜର, ଶ୍ରୀମତି ଶାଶ୍ଵତୀ ରାଉତ, ସରକାରୀ ପଲିଟେକନିକ୍ ଅଧ୍ୟକ୍ଷ, ଶ୍ରୀ ଜେ ଆର ଦାସ ଏବଂ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର, ବିପିନ କୁମାର ଖୁରା ଉପସ୍ଥିତ ଥିଲେ । ବିଭିନ୍ନ ବର୍ଗର ୧୫୮ ଜଣ ଯୁବକଯୁବତୀ ଏହି କ୍ୟାମ୍ପରେ ଯୋଗ ଦେଇଥିଲେ। ସିପେଟ୍ ଓ ଗ୍ରାମ ତରଙ୍ଗ ଅନୁଷ୍ଠାନର ପ୍ରଶିକ୍ଷକ ନିଯୁକ୍ତି ଏବଂ ପ୍ଲେସମେଣ୍ଟ ଲିଙ୍କ ଟ୍ରେନିଂ ପ୍ରୋଗ୍ରାମ ପାଇଁ କାଉନସେଲିଂ କରିଛନ୍ତି। ଯୋଗ୍ୟତା ଥିବା ଯୁବକଯୁବତୀଙ୍କୁ ଆଇଟିଆଇ ଏବଂ ପଲିଟେକନିକ୍ରେ ନାମ ଲେଖାଇବା ପାଇଁ ସେହି ଅନୁଷ୍ଠାନର ପ୍ରଶିକ୍ଷକମାନେ କାଉନସେଲିଂ କରିଛନ୍ତି।

ad-week
Leave A Reply

Your email address will not be published.