ତାମିଲନାଡ଼ୁ : ୧୦୦ ବର୍ଷ ପରେ ମନ୍ଦିରରେ ପ୍ରବେଶ କଲେ ଦଳିତ

add-all

ତିରୁଭାନ୍ନାମଲାଇ: ତାମିଲନାଡୁର ତିରୁଭାନ୍ନାମଲାଇ ଜିଲ୍ଲାରେ ଆଜି ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ୧୦୦ ବର୍ଷ ପରେ ଦଳିତମାନେ ଜିଲ୍ଲାର ଚେଲାଙ୍ଗୁପ୍ପାମ ଗ୍ରାମର ମରିୟମ୍ମନ ମନ୍ଦିରରେ ପ୍ରବେଶ କରିଛନ୍ତି। ଏଠାରେ ଅନେକ ଦଳିତ ପରିବାର ପ୍ରଥମ ଥର ପାଇଁ ଏହି ମନ୍ଦିରକୁ ପ୍ରବେଶ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।
ପୋଲିସ କହିଛି ଯେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଏପର୍ଯ୍ୟନ୍ତ କୌଣସି ପ୍ରତିବାଦ କରିନାହାଁନ୍ତି । ଗାଁରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଜୁଲାଇ ମାସରୁ ମନ୍ଦିର ଭିତରକୁ ପ୍ରବେଶକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ ଦୁଇ ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାକୁ ନେଇ ଦଳିତ ଓ ଭାନିଆର ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ହୋଇଥିଲା। ଜଣେ ଦଳିତ ଏବଂ ଜଣେ ବନିୟାର ସେହି ଗାଁର ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ଏବଂ ପରେ ଚାକିରି ପାଇଁ ଚେନ୍ନାଇ ଚାଲି ଯାଇଥିଲେ। ଦଳିତ ଯୁବକମାନେ ଦଳିତଙ୍କ ମନ୍ଦିର ପ୍ରବେଶ ଅଧିକାର କୁ ନେଇ ସୋସିଆଲ ମିଡିଆରେ ବିତର୍କ କରିଥିଲେ ଏବଂ ଯେତେବେଳେ ସେମାନେ ଗାଁରେ ଭେଟିଥିଲେ, ଏ ନେଇ ଦାବି କରିଥିଲେ ସେତେବେଳେ ସେମାନଙ୍କୁ ମାଡ଼ ମରାଯାଇଥିଲା ।
ଏହାପରେ ଦଳିତମାନେ ଜିଲ୍ଲା ରାଜସ୍ୱ ଓ ପୁଲିସ ଅଧିକାରୀଙ୍କ ନିକଟରେ ଆବେଦନ କରି ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ସେମାନେ ବୁଧବାର ମନ୍ଦିର ଭିତରକୁ ପ୍ରବେଶ କରିବେ ବୋଲି ଘୋଷଣା କରିବା ପରେ ଡିଆଇଜି (ଭେଲୋର ରେଞ୍ଜ) ଏମ୍.ଏସ୍. ମୁଥୁସାମିଙ୍କ ନେତୃତ୍ୱରେ ଏକ ବଡ଼ ପୁଲିସ ଫୋର୍ସ ଗାଁରେ ମୁତୟନ କରାଯାଇଥିଲା।

ad-week
Leave A Reply

Your email address will not be published.