ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା

add-all

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଗଠନ ହେଲା କ୍ଲବ୍ ବ୍ୟବସ୍ଥା। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମାଟ୍ରିକ ବୋର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀ ୮୦ ପ୍ରତିଶତ ମାର୍କର ପରୀକ୍ଷା ଦେବେ। ସ୍ଲୁଲ ସ୍ତରରେ ପରୀକ୍ଷାର୍ଥୀ ଆଉ ୨୦ମାର୍କ ପାଇବେ। ପ୍ରଦର୍ଶନ ଆଧାରରେ ୨୦ ମାର୍କରୁ ପିଲାଏ ପାଇବେ ନମ୍ୱର। ସେହିପରି ଛାତ୍ରଛାତ୍ରୀଙ୍କ ତ୍ରୈମାସିକ ପରୀକ୍ଷା କରାଯିବ।

ଇଣ୍ଟରନାଲ୍ ଆସେସମେଣ୍ଟ ଓ ଆସେସମେଣ୍ଟ ଅନ୍ ଆସପିରେସନାଲ କମ୍ପୋନେଣ୍ଟ ପରୀକ୍ଷା ମାଧ୍ୟମରେ ମୂଲ୍ୟାୟନ ହେବ। ସେହିପରି ଜିଜ୍ଞାସା, ସାହିତ୍ୟ, ସୃଜନ, କୌଶଳ ଓ କ୍ରୀଡାଙ୍ଗନ ନାଁରେ ଚାରିଟି କ୍ଲବ୍ ଗଠନ ହୋଇଛି। ବିଜ୍ଞାନ, ସାହିତ୍ୟ, କ୍ରୀଡା ଓ ଆଇଟି ବିଷୟକୁ ନେଇ ସ୍କୁଲରେ କ୍ଲବ୍ ଗଠନ କରାଯିବ। ନବମ ଶ୍ରେଣୀରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ପୂର୍ବରୁ ବୋର୍ଡ ସ୍ପଷ୍ଟ କରିଛି।

ad-week
Leave A Reply

Your email address will not be published.