ସମ୍ଭାବ୍ୟ ବନ୍ୟା : କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

add-all

ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ଏସ ଆର ସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ ସତର୍କ କରାଯାଇଛି । ୨୩ଟି ଓଡ୍ରାଫ୍, ୮ଟି ଏନଡିଆରଏଫ ଓ ଅଗ୍ନିଶମ ବାହିନୀର ୬୨ଟି ଟିମକୁ ନିୟୋଜିତ କରାଯାଇଛି । ନଦୀ ବନ୍ଧର ଦୁର୍ବଳ ସ୍ଥାନ ଚିହ୍ନଟ ସହ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା, ଆବଶ୍ୟକତା ପାଇଁ ବାଲି ବସ୍ତା,ବହ୍ଲା ଇତ୍ୟାଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଯୁଦ ରଖିବା, ବିଭିନ୍ନ କାର୍ଯ୍ୟାଳୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି SRC ସତ୍ୟବ୍ରତ ସାହୁ । ବର୍ଷା ଓ ବନ୍ୟାରେ ୪୮୧ ଗାଁ ପ୍ରଭାବିତ ହୋଇଛି। ୧୨ଟି ଜିଲ୍ଲାର ୮୨ଟି ବ୍ଲକ୍‌ର ୨୬୪ଟି ପଞ୍ଚାୟତ ପ୍ରଭାବିତ । ୪ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ରହିଛି । ବନ୍ୟା ଛାଡ଼ିଲା ପରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ।

ad-week
Leave A Reply

Your email address will not be published.