ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ

add-all

ଝାରସୁଗୁଡା : କୋର୍ଟରେ ଗୋପାଳ ଦାସ। ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ। କଡ଼ା ସୁରକ୍ଷା ମଧ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ଝାରସୁଗୁଡ଼ା ଅଣାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇନି। ଗୋପାଳ ପକ୍ଷରୁ ମାମଲା ପରିଚାଳନା କରିବେ ୩ ଓକିଲ ମହେଶ ଜେନା,ସୁନୀଲ ସ୍ବାଇଁ ଓ ନରେଶ ନାଏକ। ଚାର୍ଜଫ୍ରେମ ହେବା ପୂର୍ବରୁ ଡିସଚାର୍ଜ ପିଟିସନ ଦାଖଲ କଲେ ଗୋପାଳ ପକ୍ଷରୁ ନିୟୋଜିତ ଓକିଲ ।

ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ପିଟିସନକୁ ଗ୍ରହଣ କରିଛନ୍ତି । ଆସନ୍ତା ୨୧ ତାରିଖରେ ଚାର୍ଜଫ୍ରେମ ହେବ । ଏପଟେ ନିଜସ୍ବ ଓକିଲ ନିଯୁକ୍ତ କରିଛି ଗୋପାଳ। ଦୁଇ ଜଣ ଓକିଲ ଝାରସୁଗୁଡ଼ାରେ ପହଞ୍ଚିଥିଲେ। ଗତ ଜାନୁଆରୀ ୨୯ ତାରିଖରେ ଗୁଳି କରି ନବ ଦାସଂକୁ ହତ୍ୟା କରିଥିଲା ଗୋପାଳ।

ad-week
Leave A Reply

Your email address will not be published.