ବେଜିଂରେ ପ୍ରବଳ ବର୍ଷା, ୩୩ ମୃତ

add-all

ବେଜିଂ : ବେଜିଂରେ ପ୍ରବଳ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବର୍ଷାଜନିତ ବିଭିନ୍ନ କାରଣ ପାଇଁ ୩୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୧୮ ଜଣ ଏବେ ବି ନିଖୋଜ ଅଛନ୍ତି। ଚୀନ୍‌ ରାଜଧାନୀ ବେଜିଂରେ ଗତ କିଛି ସପ୍ତାହ ଧରି ଲଗାତାର ବର୍ଷା ହେଉଛି। ଏଥିଯୋଗୁଁ ଅନେକ ଭିତ୍ତିଭୂମି ନଷ୍ଟ ‌ହୋଇଯାଇଛି। ଅଧିକାରୀମାନେ କହିଛନ୍ତି, ବେଜିଂରେ ଖରାପ୍‌ ପାଗ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହେଲାଣି। ମୁଖ୍ୟତଃ ବନ୍ୟା ଏବଂ ଘର ଭୁଶୁଡ଼ିବା କାରଣରୁ ୩୩ ଜଣଙ୍କ ମୃତ୍ୟୁ ହୋଇଛି।

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଚୀନ୍‌ରେ ଗତ ମାସରେ ୧୪୭ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଚୀନ୍‌ର ଇମର୍ଜେନ୍ସି ମ୍ୟାନେଜମେଣ୍ଟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ‌ହୁବେଇ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୩ ଦିନ ମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୨ ଜଣ ନିଖୋଜ ଅଛନ୍ତି। ଉତ୍ତରପୂର୍ବ ଜିଲିନରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ନିଖୋଜ ଅଛନ୍ତି।

ad-week
Leave A Reply

Your email address will not be published.