ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

add-all

ଇକ୍ୱାଡୋରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଥିବା ବେଳେ ଘଟିଛି ଅଘଟଣ । ପ୍ରଚାର ଅଭିଯାନ ବେଳେ ରାଷ୍ଟ୍ରପତି ପଦ ପାଇଁ ରେସ୍‌ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି।

ସ୍ଥାନୀୟ ମିଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ନିମନ୍ତେ ୮ ଜଣ ରେସ୍‌ରେ ଥିବା ବେଳେ ୫୯ ବର୍ଷୀୟ ଫର୍ନାଡୋ ୱିଲାବିସେଶିୟୋ ବି ଜଣେ ପ୍ରମୁଖ ଦାବିଦାର ଭାବେ ଉଭା ହୋଇଥିଲେ।

ଗତକାଲି ସନ୍ଧ୍ୟା ସମୟରେ  ଫର୍ଣ୍ଣାଡୋ ଭିଲାଭିକେନସିଓ  ଏକ ପ୍ରଚାର ଅଭିଯାନରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଅସମ୍ଭାଳ ଭିଡ଼ ହୋଇଥିବା ବେଳେ କେହି ଫର୍ଣ୍ଣାଡୋ ଭିଲାଭିକେନସିଓ କାର୍‌ରୁ ଓହ୍ଲାଉଥିବା ବେଳେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଏହାର ମୁକାବିଲା ପାଇଁ ଶୀର୍ଷ ସ୍ତରୀୟ ବୈଠକ ଡକାଯାଇଛି।

ଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିରୋଧୀ ଅଭିଯୋଗ କରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାତ୍ର ହତ୍ୟାକାରୀଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଏଥିରେ ଯିଏ ବି ସମ୍ପୃକ୍ତ ଥିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଇକ୍ୱାଡୋର ସରକାର ମୁଖପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.