୧୯ ବର୍ଷୀୟ ଯୁବକଙ୍କ ପେଟରୁ ବାହାରିଲା ୧୫ କେଜିର ଟ୍ୟୁମର

add-all

ପେଟରୁ ବାହାରିଲା ୧୫ କେଜି ଓଜନର ଟ୍ୟୁମର। ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ୧୯ ବର୍ଷୀୟ ଯୁବକ ସୋହେଲ ଖାନଙ୍କ ପେଟରୁ ଏହି ଟ୍ୟୁମର ବାହାର କରିଛନ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ ଟିମ୍ ।

ସୋହେଲଙ୍କୁ ଜ୍ୱର ଲାଗି ରହିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ CT scan ଓ MRI ପରୀକ୍ଷାରୁ ତାଙ୍କର ପେଟରେ ୧ ଘନଫୁଟର ଟ୍ୟୁମର ରହିଥିବା ଜାଣିବାକୁ ପାଇଥିଲେ ଡାକ୍ତରୀ ଟିମ୍। ଟ୍ୟୁମରଟି ଶରୀରର ବିଭିନ୍ନ ଅଙ୍ଗକୁ ଲାଗି ରହିଥିଲା। ଏହାପରେ ଡାକ୍ତରୀ ଟିମ ସୋହେଲଙ୍କ ଅପରେସନ କରି ଟ୍ୟୁମରକୁ ବାହାର କରିଥିଲେ।।

ସୋହେଲ ଏବେ ସୁସ୍ଥ ଥିବା ଜଣାପଡିଛି। ଜଣେ ପୁରୁଷ ଶରୀରରୁ ଏତେ ବଡ ଟ୍ୟୁମର ବାହାରିବା ବିରଳ ବୋଲି କହିଛନ୍ତି ଅସ୍ତ୍ରୋପଚାର କରିଥିବା ମେଡିକାଲ ଟିମ୍‌।

ସୋଏଲଙ୍କ ବାପା ଅଜିଜୁଲ ଖାନ କହିଛନ୍ତି, ୪ରୁ ୫ ଦିନ ହେଲା ପୁଅକୁ ଜ୍ୱର କମିଲାନି। ମେଡିକାଲରେ ଟେଷ୍ଟ କରିବା ପରେ ପୁଅ ପେଟରେ ଟ୍ୟୁମର ଥିବା ଜଣାପଡ଼ିଥିଲା। 

ବିବେକାନନ୍ଦ ହସ୍ପିଟାଲର ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ସରୋଜ କୁମାର ସାହୁ କହିଛନ୍ତି, ଗୋଟିଏ ପୁଅ ପିଲା ପେଟରୁ ଏତେ ବଡ଼ ଟ୍ୟୁମର ବାହାରିବା ବିରଳ । ଏହି ଟ୍ୟୁମରକୁ ଅପରେସନ କରି ବାହାର କରିବାକୁ ୬ରୁ ୭ ଘଣ୍ଟା ସମୟ ଲାଗିଥିଲା। ଅପରେସନ ପର ଏବେ ରୋଗୀ ସୁସ୍ଥ ଅଛି।

ad-week
Leave A Reply

Your email address will not be published.