ଶରଦ ଓ ଅଜିତଙ୍କ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର – I Odisha

add-all

[ad_1]

NCP_1692019021

ବିଜେପି ବିରୋଧରେ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ବିରୋଧୀ ଏହି ବୈଠକୁ ସଫଳ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏନସିପି ସୁପ୍ରିମୋ ଶରଦ ପାୱାର ହଠାତ୍‌ ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ ପାୱାରଙ୍କୁ ଭେଟିବା ପରେ ନୂଆ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି।
ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ହେଉଛନ୍ତି ଶରଦ ପାୱାର। ସେ ଅଜିତ ପାୱାରଙ୍କୁ ଭେଟିବାରୁ ମେଣ୍ଟରେ ଥିବା ଅନ୍ୟ ଦଳଗୁଡ଼ିକ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ମଧ୍ୟ ଆରମ୍ଭ କରିଛନ୍ତି। ଏସବୁ ଭିତରେ ଶିବସେନା(ଉଦ୍ଧବ ବାଲାସାହେବ) ଶରଦ ଓ ଅଜିତଙ୍କ ଭେଟଘାଟକୁ ନେଇ ଆଦୌ ଖୁସି ନାହିଁ। ବିଜେପି ସହ ହାତ ମିଳିବାର କୌଣସି ସମ୍ଭବନା ନଥିବା ଶରଦ ପାୱାର କହିଥିଲେ ହେଁ ଏହା ସଂପୂର୍ଣ୍ଣ ଚର୍ଚ୍ଚା ଉପରେ ରୋକ ଲଗାଇ ପାରିନି। ଶରଦ ପାୱାର ନିଜର ଏପରି ବୈଠକରେ କୌଣସି ପ୍ରକାରର ଭୁଲ ନାହିଁ ବୋଲି କହିଛନ୍ତି।
ଏହାର ଜବାବରେ ଶିବସେନା(ଉଦ୍ଧବ ବାଲାସାହେବ)ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଶରଦ ପାୱାର କହୁଛନ୍ତି ଅଜିତ ପାୱାର ତାଙ୍କ ପୁତୁରା ଓ ସେ ତାଙ୍କୁ ଭେଟି ପାରିବେ। ତେବେ ତାଙ୍କ ସମର୍ଥକମାନେ ରାସ୍ତାରେ ପରସ୍ପର ସହ ଝଗଡ଼ା କରୁଛନ୍ତି କାହିଁକି? ଆମ କର୍ମୀମାନେ ପରସ୍ପର ସହ ଲଢ଼ୁଥିବା ବେଳେ ଆମେ ଏହାକୁ କେବେ ହେଲେ ଦେଖି ପାରିବୁ ନାହିଁ।”
ଉଦ୍ଧବ ଠାକରେଙ୍କ ଶିବସେନା ଶରଦ ପାୱାରଙ୍କୁ ମହାରାଷ୍ଟ୍ର ରାଜନୀତିର ଭିଷ୍ମ ପିତାମହ ଆଖ୍ୟା ଦେଇଛି। ଏଥିସହ ସେ ଏମିତି କିଛି ନ କରିବା ଦରକାର, ଯାହା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିବ ବୋଲି ଦଳ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଶରଦ ଓ ଅଜିତ ପାୱାରଙ୍କ ଭେଟଘାଟକୁ ନେଇ ସଞ୍ଜୟ ରାଉତ କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେଙ୍କ ସହ ମଧ୍ୟ କଥା ହୋଇଥିବା ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଶିବସେନା (ଉଦ୍ଧବ ବାଲାସାହେବ) ତା’ର ମୁଖପାତ୍ର ସାମ୍ନାରେ ମଧ୍ୟ ଏହି ଭେଟଘାଟକୁ ନେଇ ଚକିତ ହୋଇଥିବା କହିଥିଲା। ଏଥିରେ କୁହାଯାଇଥିଲା ଯେ “କୁହାଯାଉଛି ଯେ ବିଜେପିର ଚାଣକ୍ୟ ଏବେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଅଜିତଙ୍କୁ ସିନୟର ପାୱାରଙ୍କୁ ଭେଟିବାକୁ ପଠାଉଛି। ତେବେ ଏପରି ମିଟିଂ ଶରଦ ପାୱାରଙ୍କ ଛବିକୁ ମଳିନ କରୁଛି। ଏହା ଆଦୌ ଭଲ ନୁହେଁ।”

[ad_2]

ad-week
Leave A Reply

Your email address will not be published.