ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେଲେନାହିଁ ମଲ୍ଲିକାର୍ଜୁନ ଖଡ଼ଗେ…

add-all

ନୂଆଦିଲ୍ଲୀ:ଦିଲ୍ଲୀ ଲାଲ୍‌କିଲ୍ଲା ପରିସରରେ ଆଜି ଦେଶର ୭୭ତମ ସ୍ୱାଧୀନତା ଦିବସ ସମାରୋହ ପାଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସମାରୋହରେ ବହୁ ବଡ଼ ବଡ଼ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। କିନ୍ତୁ ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗଦେଇ ପାରି ନ ଥିଲେ।

ଲାଲ୍‌କିଲ୍ଲାରେ ଆୟୋଜିତ ସମାରୋହରେ ଖଡ଼ଗେଙ୍କ ଚୌକି ଖାଲି ପଡ଼ିଥିଲା। ସୋସିଆଲ ମିଡିଆରେ ଏହି ଖାଲି ଚୌକିର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ପରେ କଂଗ୍ରେସ ତରଫରୁ ବୟାନ ଜାରି କରି ଏହାର କାରଣ କୁହାଯାଇଥିଲା।

କଂଗ୍ରେସ ତରଫରୁ କୁହାଯାଇଥିଲା ଯେ ‘ଖଡ଼ଗେଙ୍କୁ ନିଜ ଘର ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବାର ଥିଲା। ଏଥିପାଇଁ ସେ ଲାଲ୍‌କିଲ୍ଲା ସମାରୋହରେ ସାମିଲ ହୋଇପାରି ନ ଥିଲେ। ଯଦି ସେ ସମାରୋହକୁ ଯାଇଥାଆନ୍ତେ, ତେବେ ଘର ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିବା ପାଇଁ ଠିକ୍‌ ସମୟରେ ପହଞ୍ଚିପାରି ନ ଥାଆନ୍ତେ।

ସୁରକ୍ଷାଜନିତ କାରଣରୁ ଖଡ଼ଗେ ଲାଲ୍‌କିଲ୍ଲାରୁ ଜଲ୍‌ଦି ବାହାରି ମଧ୍ୟ ପାରି ନ ଥାଆନ୍ତେ। ତାଙ୍କୁ ଅତି କମ୍‌ରେ ଦୁଇ ଘଣ୍ଟା ସେଠାରେ ରହିବାକୁ ପଡ଼ିଥାଆନ୍ତା। ଦଳ ତରଫରୁ କୁହାଯାଇଥିଲା, ମଲ୍ଲିକାର୍ଜୁନ ଖଡ଼ଗେ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ରହିବେ।

ad-week
Leave A Reply

Your email address will not be published.