ସ୍ୱାଧୀନତା ଦିବସ ପାଳନ ବେଳେ ଚେତା ହରାଇଲେ ମଧ୍ୟପ୍ରଦେଶ ବାଚସ୍ପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ…

add-all

୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଥିବା ବେଳେ ଚେତାଶୂନ୍ୟ ହେଲେ ମଧ୍ୟପ୍ରଦେଶର ବାଚସ୍ପତି ଗିରିଶ ଗୌତମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ।

ବାଚସ୍ପତି ଗିରିଶ ଗୌତମ ମଉଗଞ୍ଜରେ ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଛିଡ଼ା ହୋଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରୁଥିବା ବେଳେ ହଠାତ୍ ଅଚେତ ହୋଇପଡ଼ିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ଓ ଅନ୍ୟ ଅଧିକାରୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ଧରି ଚୌକିରେ ବସାଇଥିଲେ। ଜଣେ ଡାକ୍ତର ଆସି ତାଙ୍କୁ ଗ୍ଲୁକୋଜ ଦେଇଥିଲେ। ତା’ପରେ ତାଙ୍କୁ ରେୱା ସ୍ଥିତ ସଞ୍ଜୟ ଗାନ୍ଧି ହସ୍‌ପିଟାଲରେ ଭର୍ତ୍ତି କରିଥିଲେ।

ସେହିପରି ରାଇସେନରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସରେ ଅତିଥି ଭାବେ ଯୋଗ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ ହଠାତ୍ ଷ୍ଟେଜ ଉପରେ ଚେତାଶୂନ୍ୟ ହୋଇ ପଡ଼ି ଯାଇଥିଲେ। ସେ ସମ୍ମିଳିତ ପରେଡର ଅଭିବାଦନ ଗ୍ରହଣ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବ୍ଲଡପ୍ରେସର ଲୋ’ ହୋଇଯିବାରୁ ସେ ପଡ଼ିଗଲେ ବୋଲି ଡାକ୍ତର କହିଥିଲେ। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.