ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ପ୍ରଳୟ, ଗଲାଣି ୬୬ ଜୀବନ…

add-all

ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କଲାଣି ବର୍ଷା। ଗଲାଣି ୬୬ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଗତ କିଛି ଦିନ ହେଲାଣି ଲଗାଣ ବର୍ଷା ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଶହ ଶହ ଘର ଭୁଶୁଡିବା ସହ ଚାପି ହୋଇ ରହିଛନ୍ତି ‌ଲୋକେ। ଏପର୍ଯ୍ୟନ୍ତ ମଧ୍ୟ ଅନେକ ଲୋକ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ହିମାଚଳ ଓ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ୬୬ଜଣ ଲୋକଙ୍କ ଜୀବନ ଯାଇ ସାରିଛି।
ଉତ୍ତର ଭାରତର ପାହାଡ଼ିଆ ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବାର ଖବର ମିଳିଛି। ହିମାଚଳ ପ୍ରଦେଶରେ ଅଧିକାଂଶ ମୃତ୍ୟୁ ଘଟିଥିବା କୁହାଯାଉଛି। ଅଗଷ୍ଟ ୧୩ରୁ ପ୍ରବଳ ବର୍ଷା ଆରମ୍ଭ ହେବା ପରେ ସେଠାରେ ୬୦ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି।
ଆସନ୍ତା ଦୁଇ ଦିନ ହିମାଚଳ ପ୍ରଦେଶରେ ଏବଂ ୪ଦିନ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କାର୍ଯ୍ୟାଳୟ।
ପାଣିପାଗ କାର୍ଯ୍ୟାଳୟ ମଙ୍ଗଳବାର ହିମାଚଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିବାବେଳେ ଅଗଷ୍ଟ ୧୯ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ ଅଗଷ୍ଟ ୧୯ପର୍ଯ୍ୟନ୍ତ ବନ୍ଦ ରହିଛି। ଏହା ସହ ଅଗଷ୍ଟ ୨୦ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.