ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ…

add-all

ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ ପରିବର୍ତ୍ତନକୁ ନେଇ ରେଜିଷ୍ଟ୍ରାର୍‌ ଅଫ୍‌ ସୋସାଇଟିରୁ ଅନୁମୋଦନ ମିଳିଛି।

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ ସମ୍ପର୍କରେ ପୂର୍ବରୁ ହିଁ ଘୋଷଣା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ମଞ୍ଜୁରୀ ମିଳିଛି। ଗତ ଜୁନ୍‌ ମାସରେ  କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାମ ପରିବର୍ତ୍ତନ ନେଇ ନିଷ୍ପତ୍ତି ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କର ଅନେକ ମନ୍ତ୍ରୀ ଯୋଗଦେଇଥିଲେ।

ତେବେ ଅଫିସିଆଲ ଭାବେ ସଂଗ୍ରହାଳୟର ନାମକୁ ପରିବର୍ତ୍ତନ କରାଯାଇଛି। ଏ ନେଇ ଜୁନ୍‌ରେ ମନ୍ତ୍ରୀ ପରିଷଦ ବୈଠକରେ ପ୍ରସ୍ତାବ ପାରିତ ହୋଇଥିଲା। ବର୍ତ୍ତମାନ ରେଜିଷ୍ଟ୍ରାର୍‌ ଅଫ୍‌ ସୋସାଇଟିରୁ ଏହା ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହାରେ ନୂଆଦିଲ୍ଲୀର ତିନି ମୂର୍ତ୍ତି ପରିସରରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସମର୍ପଣରେ ଏକ ସଂଗ୍ରହାଳୟ ସ୍ଥାପନ କରିବାକୁ ବିଚାର କରିଥିଲେ ।

୨୦୧୬ ନଭେମ୍ବର ୨୫ ତାରିଖରେ NMMLର ଆୟୋଜିତ ୧୬୨ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ତିନି ମୂର୍ତ୍ତି ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ଯୋଜନାର ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହି ସଂଗ୍ରହାଳୟ ନିର୍ମାଣ ଯୋଜନା ସମ୍ପୂର୍ଣ୍ଣ ହେବା ପରେ ୨୦୨୨ ଏପ୍ରିଲ ୨୧ରୁ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା।

ad-week
Leave A Reply

Your email address will not be published.