ରେଳ ଧାରଣାରୁ ଜବତ ହେଲା ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍…

add-all

ସୁନ୍ଦରଗଡ଼: ଥମୁନି ମାଓ ହିଂସା। ନକ୍ସଲମାନଙ୍କ ହିଂସାକାଣ୍ଡ ଯୋଜନା ଯବାନମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ଟୋପାଡିହିରେ ମାଓବାଦୀ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। କିନ୍ତୁ ଏହି ଯୋଜନାକୁ ପଣ୍ଡ କରିଛନ୍ତି ଯବାନ। ଟୋପାଡିହି ରେଳଷ୍ଟେସନ ରେଳଧାରଣା ପାର୍ଶ୍ୱରୁ ଡିଭିଏଫ୍‌ ଯବାନମାନେ ୧୦ କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ ଜବତ କରିଛନ୍ତି।

ସ୍ଥାନୀୟ ପୋଲିସ ଓ ଡିଭିଏଫ୍‌ ଯବାନ ମିଳିତ ସର୍ଚ୍ଚ ଅପରେସନ୍‌ ବେଳେ ଏହି ଲ୍ୟାଣ୍ଡମାଇନ୍‌କୁ ଠାବ କରିଥିଲେ। ବୋମା ନିଷ୍କ୍ରିୟକାରୀ ଟିମ୍ ନିକଟସ୍ଥ ଜଙ୍ଗଲରେ ଜବତ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଘଟଣାସ୍ଥଳରେ ସିଆରଏଫ୍ ଓ ଆରପିଏଫ୍ ଯବାନ ମୁତୟନ ହୋଇଛନ୍ତି। ଅନ୍ୟପଟେ ରେଳବାଇ ପକ୍ଷରୁ ଏହି ଘଟଣାକୁ ନେଇ ଟୋପାଡିହି ଷ୍ଟେସନମାଷ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ସତର୍କ କରି ଦିଆଯାଇଛି।

ad-week
Leave A Reply

Your email address will not be published.