ଅଖିଳେଶ ଯାଦବଙ୍କୁ ଭେଟିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ…

add-all

akh

ଲକ୍ଷ୍ନୌ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ରବିବାର ସକାଳେ ଅଭିନେତା ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ତାଙ୍କ ବାସଭବନସ୍ଥିତ ସାକ୍ଷାତ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତ କରିଛନ୍ତି।

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିବା ପରେ ଅଭିନେତା ରଜନୀକାନ୍ତ କହିଛନ୍ତି ଯେ “ମୁଁ ନଅ ବର୍ଷ ପୂର୍ବେ ମୁମ୍ବାଇର ଏକ ଇଭେଣ୍ଟରେ ଅଖିଳେଶ ଯାଦବଙ୍କୁ ଭେଟିଥିଲି ଏବଂ ସେହି ଦିନଠାରୁ ଆମେ ବନ୍ଧୁ, ଫୋନରେ ମଧ୍ୟ କଥା ହେଉ। ପାଞ୍ଚ ବର୍ଷ ପୂର୍ବେ ଯେତେବେଳେ ମୁଁ ସୁଟିଂ ପାଇଁ ଏଠାକୁ ଆସିଥିଲି କିନ୍ତୁ ମୁଁ ତାଙ୍କୁ ଭେଟି ପାରିନଥିଲି। ବର୍ତ୍ତମାନ ସେ ଏଠାରେ ଅଛନ୍ତି ତେଣୁ ମୁଁ ତାଙ୍କୁ ଭେଟିଲି।”

ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ଭେଟିବା ପରେ ଟ୍ୱିଟ୍ କରି କହିଛନ୍ତି ଯେ “ଯେତେବେଳେ ହୃଦୟ ମିଳିତ ହୁଏ, ଲୋକମାନେ ଆଲିଙ୍ଗନ କରନ୍ତି। ମଇସୁରରେ ମୋର ଇଞ୍ଜିନିୟରିଂ ଅଧ୍ୟୟନ ସମୟରେ, ରଜନୀକାନ୍ତଙ୍କୁ ପରଦାରେ ଦେଖି ମୁଁ ଯେଉଁ ଖୁସି ଅନୁଭବ କରୁଥିଲି, ତାହା ଏପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି। ଆମେ ନଅ ବର୍ଷ ପୂର୍ବେ ବ୍ୟକ୍ତିଗତ ଭାବରେ ଭେଟିଥିଲୁ ଏବଂ ସେବେଠାରୁ ବନ୍ଧୁ ହୋଇ ଆସିଛୁ।” ରଜନୀକାନ୍ତ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଛବିରେ ପ୍ରଣାମ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅନ୍ୟପକ୍ଷରେ, ରଜନୀକାନ୍ତ ମାୟାବତୀଙ୍କୁ ଭେଟିବେ କି ନାହିଁ ପ୍ରଶ୍ନ ଉପରେ ଅଭିନେତା ମନା କରି ଦେଇଛନ୍ତି।


Post Views: 6

ad-week
Leave A Reply

Your email address will not be published.