ବନ୍ୟାଞ୍ଚଳ ବୁଲି ଦେଖୁଥିବା ବେଳେ ପଞ୍ଜାବ ଶିକ୍ଷା ମନ୍ତ୍ରୀଙ୍କୁ କାମୁଡ଼ିଲା ସାପ…

add-all

sn

ପଞ୍ଜାବରେ ପୁଣିଥରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟର ୭ଟି ଜିଲ୍ଲାରେ ପାଖାପାଖି ୮୯ଟି ଗ୍ରାମ ବନ୍ୟା ଜଳରେ ବୁଡ଼ି ରହିଛି। ହୋସିୟାର୍‌ପୁର, ଅମୃତସର, କପୁରଥଲା, ରୋପଡ୍‌, ତରନତାରନ, ଫିରୋଜପୁର ଓ ଗୁରଦାସପୁରରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ଲୋକେ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି।

ସେପଟେ ରାଜ୍ୟ ଶିକ୍ଷା ମନ୍ତ୍ରୀ ହରଜୋତ୍‌ ସିଂ ବାନ୍ସ ବନ୍ୟା ପ୍ରଭାବିତ ଲୋକଙ୍କୁ ଭେଟିବା ତଥା ସାହାଯ୍ୟ କରିବା ପାଇଁ ରୋପଡ୍‌ ଜିଲ୍ଲା ଗସ୍ତ କରିଥିଲେ। ଏହି ସମୟରେ ହଠାତ୍‌ ଏକ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଶିକ୍ଷା ମନ୍ତ୍ରୀ ନିଜେ ଟ୍ଵିଟ୍‌ କରି ଏହା ବିଷୟରେ ସୂଚନା ଦେଇଛନ୍ତି।

ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଭଗବାନଙ୍କ କୃପା ଏବଂ ଲୋକଙ୍କ ପ୍ରେମ ଓ ଆଶୀର୍ବାଦରୁ ମୁଁ ଏବେ ସୁସ୍ଥ ଅଛି। ବିଷର ପ୍ରଭାବ ଧୀରେ ଧୀରେ କମୁଛି। ମୋ ରକ୍ତ ପରୀକ୍ଷା ରିପୋର୍ଟ ମଧ୍ୟ ନର୍ମାଲ ଆସିଛି। କହି ରଖୁଛୁ ଯେ ସାପ କାମୁଡ଼ା ଯୋଗୁ ଶିକ୍ଷା ମନ୍ତ୍ରୀଙ୍କ ଗୋଡ଼ ଫୁଲି ଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ା ମନ୍ତ୍ରୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।


Post Views: 6

ad-week
Leave A Reply

Your email address will not be published.