ଅଯୋଧ୍ୟା ରାମ ମନ୍ଦିରର ସମ୍ମୁଖ ପାର୍ଶ୍ୱର ପ୍ରଥମ ଫଟୋ ଜାରି

add-all

ଲକ୍ଷ୍ନୌ :  ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମନ୍ଦିରର ଭୂତଳ କାମ ପ୍ରାୟତଃ ସମାପ୍ତ ହୋଇଗଲାଣି। ଏହାସହିତ ପ୍ରଥମ ତାଲା ପାଇଁ ୧୦ ଫୁଟ୍‌ର ପିଲର୍‌ ବି ପ୍ରସ୍ତୁତ ହୋଇଯାଇଛି। ଏବେ ମନ୍ଦିର ଟ୍ରଷ୍ଟ୍‍ ତରଫରୁ ନିର୍ମାଣ କାର୍ଯ୍ୟର ଏକ ଫଟୋ ଜାରି କରାଯାଇଛି।

ସୂଚନା ମୁତାବକ, ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ରାମ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମନ୍ଦିର ଟ୍ରଷ୍ଟ ତରଫରୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟରମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସର ଭ୍ରମଣ କରିଥିଲେ।

ମନ୍ଦିର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଟ୍ରଷ୍ଟର ଅଧିକାରୀମାନଙ୍କ କହିବା ଅନୁସାରେ, ୨୦୨୪ ଜାନୁୟାରୀ ସୁଦ୍ଧା ମନ୍ଦିରର ଭବ୍ୟ ଉଦ୍‌ଘାଟନ କରାଯିବ।

କିଛି ଦିନ ପୂର୍ବେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‍ ତରଫରୁ ମନ୍ଦିର ଗର୍ଭଗୃହର ଏକ ଭିଡିଓ ଜାରି କରାଯାଇଥିଲା। କୁହାଯାଇଥିଲା କି, ଗର୍ଭଗୃହର ସିଂହାସନ ଉପରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ସ୍ଥାପନ କରାଯିବ। ସୂଚନାଥାଉ କି, ଅଯୋଧ୍ୟା ରାମ ମନ୍ଦିର ତିନି ମହଲା ବିଶିଷ୍ଟ ହେବ। ଏହାର ପ୍ରଥମ ମହଲା ପାଖାପାଖି ପ୍ରସ୍ତୁତ ହୋଇଗଲାଣି।

Post Views: 6

ad-week
Leave A Reply

Your email address will not be published.