ବନ୍ଧୁଙ୍କ ଝିଅ ସହିତ ଦୁଷ୍କର୍ମ କରିଥିବା ଦିଲ୍ଲୀ ଅଫିସର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌

add-all

re

ଦିଲ୍ଲୀ ପୋଲିସ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ରହିଛି।

ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ସମ୍ପୃକ୍ତ ଅଧିକାରୀଙ୍କୁ ପଦରୁ ସସ୍‌ପେଣ୍ଡ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ମୁଖ୍ୟ ଶାସନ ସଚିବଠାଙ୍କୁ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ମାଗିଛନ୍ତି।

ସୂଚନା ରହିଛି କି, ଦିଲ୍ଲୀ ପୋଲିସର ଏକ ଟିମ୍‌ ଅଧିକାରୀଙ୍କ ଘରେ ପହଞ୍ଚିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ। ପୋଲିସ ମୁତାବକ, ନାବାଳିକା ଝିଅ ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ୨୦୨୦ରେ ତାଙ୍କ ମା’, ବାପାଙ୍କ ମୃତ୍ୟୁ ପରେ ଅଧିକାରୀ ଜଣକ ନିଜ ଘନିଷ୍ଠ ବନ୍ଧୁଙ୍କ ଝିଅକୁ ଘରକୁ ନେଇଆସିଥିଲେ।

ଅଭିଯୋଗ ମୁତାବକ, ୨୦୨୦ରୁ ୨୦୨୧ ମଧ୍ୟରେ ଅଧିକାରୀ ଅନେକ ବାର ନାବାଳିକା ସହିତ ଦୁଷ୍କର୍ମ କରିଛନ୍ତି। ଏତିକି ନୁହେଁ, ଯେତେବେଳେ ନାବାଳିକା ଗର୍ଭବତୀ ହୋଇଥିଲେ, ଏ ସମ୍ପର୍କରେ ଅଭିଯୁକ୍ତ ନିଜ ପତ୍ନୀଙ୍କୁ ଜଣାଇଥିଲେ। ଏହାପରେ ପତ୍ନୀ ନାବାଳିକାଙ୍କ ଗର୍ଭପାତ କରାଇ ଦେଇଥିଲେ।

ଏବେ ନାବାଳିକା ନିଜ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନାଁରେ ଆଇପିସିର ବିଭିନ୍ନ ଧାରା ଏବଂ ପୋକ୍ସୋ ଅଧୀନରେ ମାମଲା ରୁଜୁ କରିଛି।


Post Views: 7

ad-week
Leave A Reply

Your email address will not be published.