ଦିଲ୍ଲୀ ନିଲୋଠି ଗ୍ରାମରେ ଥିବା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ…

add-all

fire

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଛି। ଖବର ପାଇ ୧୦ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି।

ଅଗ୍ନିଶମ ବାହିନୀଙ୍କ ସୂଚନା ମୁତାବକ, ଦିଲ୍ଲୀର ନିଲୋଠି ଗ୍ରାମରେ ଥିବା ଏହି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚାଲିଛି।

ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଫ୍ୟାକ୍ଟ୍ରି ପରିସରରେ ବହୁ ସଂଖ୍ୟାରେ ବଡ଼ ବଡ଼ ପ୍ଲାଷ୍ଟିକ୍‌ ପାଇପ୍‌ ଗଦା ହୋଇଥିବାର ଦେଖିବାକୁ ମିଳୁଛି। ସେଗୁଡ଼ିକ ହୁତୁହୁତୁ ହୋଇ ଜଳୁଥିବାବେଳେ ସେଥିରୁ ନିଆଁ ହୁଳା ବାହାରୁଛି।


Post Views: 7

ad-week
Leave A Reply

Your email address will not be published.