ଦୁର୍ଘଟଣାରେ ପତ୍ନୀ ଏବଂ ପୁଅକୁ ହରାଇଥିଲେ ବ୍ୟକ୍ତି, କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା ଟ୍ରାଭେଲ ଏଜେନ୍ସୀ

Independence

ac

ଏନଡି ଟିଭି ଆଙ୍କର କନୁପ୍ରିୟା ସୈଗଲ ଏବଂ ତାଙ୍କୁ ପୁଅ ଶ୍ରେୟସଙ୍କ ମୃତ୍ୟୁରେ ୫୦ ଲକ୍ଷ କ୍ଷତିପୂରଣ ଦେଇଛି ଟ୍ରାଭେଲ ଏଜେନ୍ସୀ । ୨୦୧୯ରେ ଶ୍ରୀଲଙ୍କା କଲମ୍ବୋରେ କନୁପ୍ରିୟା ଏବଂ ତାଙ୍କ ସ୍ୱାମୀ ଯୋଗେଶ ସୈଗଲ, ପୁଅ ଝିଅ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ କୁନପ୍ରିୟା ଏବଂ ତାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଏବଂ ଝିଅ ଅଳ୍ପକେ ରକ୍ଷା ପାଇଥିଲେ । ଏନେଇ କଞ୍ଜ୍ୟୁମର କୋର୍ଟରେ ଅଭିଯୋଗ କରିଥିଲେ ସ୍ୱାମୀ ଯୋଗେଶ ।

ଏହାକୁ ନେଇ ଯୋଗେଶ କହିଛନ୍ତି, କୋଭିଡ ବେଳେ କୋର୍ଟ ବନ୍ଦ ରହିଥିଲା । ତେଣୁ ଏହି ମାମଲାକୁ ନେଇ ୨୦୨୨ରେ କଞ୍ଜ୍ୟୁମର କୋର୍ଟକୁ ଆମେ ଯାଇଥିଲୁ । କଞ୍ଜ୍ୟୁମର କୋର୍ଟ ପକ୍ଷରୁ ଖୁବଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେଇ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ ଟ୍ରାଭେଲ ଏଜେନ୍ସୀକୁ କହିଛନ୍ତି । ଏସବୁକୁ ପ୍ରମାଣିତ କରିବା ପାଇଁ ଅନେକ ପ୍ରମାଣ ଦେବାକୁ ପଡିଥିଲା । ଦୁର୍ଘଟଣା ଶ୍ରୀଲଙ୍କାରେ ହୋଇଥିଲା, ତେଣୁ ସବୁ ଡକ୍ୟୁମେଣ୍ଟ ଆମ ପାଖରେ ନଥିଲା । ତେଣୁ ଏହାକୁ ପାଇବା ପାଇଁ ଭାରତୀୟ ଦୂତାବାସ ସହାୟତା କରିଥିଲା ।

ଟ୍ରାଭେଲ ଏଜେନ୍ସୀର ବ୍ୟବହାରକୁ ନେଇ ଯୋଗେଶ କହିଛନ୍ତି, ଶ୍ରୀଲଙ୍କାରେ ଦୁଇ ସପ୍ତାହ ହସପିଟାଲ ରହିବା ପରେ ଏୟାରଲିଫ୍ଟ ହେବାକୁ ଇନ୍ସୁରାନ୍ସ କମ୍ପାନୀ ସହାୟତା କରିଥିଲା । କିନ୍ତୁ ଟ୍ରାଭେଲ ଏଜେନ୍ସୀ କିଛି ସହାୟତା କରି ନଥିଲା । ଅବହେଳା କରିବା କାରଣରୁ ଏହାକୁ ନେଇ କଞ୍ଜ୍ୟୁମର କୋର୍ଟରେ କେସ୍‌ କରାଯାଇଥିଲା ।

ଟ୍ରାଭେଲ ଏଜେନ୍ସୀ ଦେଇଥିବା ଡ୍ରାଇଭରଙ୍କ ବୟସ ଅଧିକ ଥିଲା । ଏହାସହିତ ସେ ମେଡିକାଲ ଅନଫିଟ ଥିଲେ । ଡ୍ରାଇଭରର ଭୁଲ ଯୋଗୁଁ ଦୁର୍ଘଟଣା ହୋଇଛି ବୋଲି ପୋଲିସ ଏଫଆଇଆରରେ କୁହାଯାଇଥିଲା । ଗାଡିର ଲାଇସେନ୍ସ ନଥିଲା । ପ୍ରାଇଭେଟ ଗାଡିରେ ନେଇଥିବା ଟ୍ରାଭେଲ ଏଜେନ୍ସୀ ସବୁକିଛି ଭୁଲ୍‌ କରିଥିଲା ।

ତେଣୁ ଯୋଗେଶ ଟ୍ରାଭେଲ ଏଜେନ୍ସୀ ଥୋମାସ କୁକ୍‌ ଏବଂ ଟୁର ଅପରେଟର ରେଡ ଆପଲ୍‌ ଉପରେ କେସ୍‌ କରାଯାଇଥିଲା । ଏହି ଦୁହିଁଙ୍କ ଉପରେ ଜରିମାନା ଲଗାଯାଇଥିଲା । ଫଳରେ କଞ୍ଜ୍ୟୁମର କୋର୍ଟଙ୍କ ନିର୍ଦ୍ଦେଶରେ ଯୋଗେଶଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥିଲା ।


Post Views: 7

ad-week
Leave A Reply

Your email address will not be published.