ସଫଳ ଅବତରଣ ପରେ ଆସିଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ…

Independence

photo

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ କାର୍ଯ୍ୟ ଆରମ୍ଭ କରି ଦେଇଛି ଚନ୍ଦ୍ରଯାନ-3। ଲ୍ୟାଣ୍ଡର ବିକ୍ରମ ଅବତରଣ କରିଥିବା ପୃଷ୍ଠର ଅତି ନିକଟରୁ ଫଟୋ ପଠାଇଛି ବିକ୍ରମରେ ଲାଗିଥିବା ଉଚ୍ଚମାନର କ୍ୟାମେରା। ଏଥିରେ ଚନ୍ଦ୍ରପୃଷ୍ଠର ସମତୁଲ ଅଞ୍ଚଳ ଦେଖାଯାଉଛି, ଯେଉଁଠାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିଲା।

ଏହି ତ୍ରୁଟି କାରଣରୁ ପୂର୍ବ ମିଶନ୍ ବିଫଳ ହୋଇଯାଇଥିଲା। କାରଣ ଅବତରଣର ସଠିକ୍ ସ୍ଥାନ ନିର୍ଣ୍ଣୟ କରିପାରି ନଥିଲା ଚନ୍ଦ୍ରଯାନ-2। ଅସମତୁଲ ସ୍ଥାନରେ ଲ୍ୟାଣ୍ଡିଂ ଫଳରେ ବିଫଳ ହୋଇଯାଇଥିଲା ଅବତରଣ ପ୍ରକ୍ରିୟା। ତେଣୁ ଚନ୍ଦ୍ରପୃଷ୍ଠର ସଠିକ୍ ସ୍ଥାନ ନିରୂପଣ ଉପରେ ବିଶେଷ ଦୃଷ୍ଟି ରଖିଥିଲା ଇସ୍ରୋ। ଆଉ ଏଥର ଚନ୍ଦ୍ରପୃଷ୍ଠର ସଠିକ୍ ସ୍ଥାନ ନିରୂପଣ କରିବାରେ ସଫଳ ହୋଇଛି ଚନ୍ଦ୍ରଯାନ-3। ଫଳରେ ଇସ୍ରୋର ସ୍ୱପ୍ନାଭିଳାଷି ମୁନ୍ ମିଶନ୍ ସାକାର ହୋଇଛି।

ବିକ୍ରମର ଅବତରଣ ପରେ ଲ୍ୟାଣ୍ଡିଂ ଇମେଜର୍ କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ପଠାଇଥିବା କହିଛି ଇସ୍ରୋ। ଏନେଇ ଇସ୍ରୋ ଟ୍ୱିଟ୍ ଯୋଗେ କିଛି ଫଟୋ ଶେୟାର୍ କରି ସୂଚନା ଦେଇଛି। ତେବେ ଗତକାଲି ସନ୍ଧ୍ୟା 6ଟା 4 ମିନିଟରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-3। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ପହଞ୍ଚିବା ପରେ ଏଥିରୁ ରୋଭର୍ ବିକ୍ରମ ବାହାରି ଯାଇଛି। ଏହାପରେ 14 ଦିନ ଧରି ରୋଭର୍ ଇସ୍ରୋକୁ ଚନ୍ଦ୍ରପୃଷ୍ଠର ଟିକନିକ୍ ସୂଚନା ପଠାଇବ।


Post Views: 6

ad-week
Leave A Reply

Your email address will not be published.