ନିଟ୍‌ କୋଚିଂ ନେଉଥିବା ଛାତ୍ର ଏକାଥରେ ଖାଇଦେଲେ ୨୦ ଟାବଲେଟ…

add-all

jubak

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କୋଟାରୁ ଆସିଛି ଚିନ୍ତାଜନକ ଖବର। ନିଟ୍‌ ପାଇଁ କୋଚିଂ ନେଉଥିବା ଜଣେ ୨୩ ବର୍ଷୀୟ ଛାତ୍ର ଗୁଲଶନ ଅତ୍ୟଧିକ ଟାବଲେଟ ଖାଇ ଗୁରୁତର ହୋଇ ପଡ଼ିଥିବା ଜଣାଯାଇଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ମାତ୍ର ଛାତ୍ରଜଣକ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଅଧିକ ମେଡିସିନ ଖାଇଥିବା ଅଭିଯୋଗକୁ ଖଣ୍ଡନ କରିଛି।

ପୁଲିସ୍‌ ସୂଚନା ଅନୁଯାୟୀ, ଗୁଲଶନ ପ୍ରାୟ ୨ ବର୍ଷ ହେବ କୋଟାରେ ରହି ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଗତ କିଛି ଦିନ ହେବ ସେ ଜ୍ୱରରେ ପୀଡ଼ିତ ଥିବା ବେଳେ ଏକ ସଙ୍ଗେ ୨୦ଟି Dolo 625 ଟାବଲେଟ ଖାଇ ଦେଇଥିଲେ।

ଛାତ୍ରଜଣକ ଭୁଲ୍‌ରେ ଏତେ ସଂଖ୍ୟକ ଟାବଲେଟ ଖାଇ ଦେଇଥିବା କହୁଥିବା ବେଳେ ଏହାକୁ କିନ୍ତୁ ପୁଲିସ୍‌ ସ୍ୱୀକାର କରି ପାରୁନି। ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି।

ଗୁଲଶନଙ୍କ ଜଣେ ସାଙ୍ଗଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଗୁଲଶନ ଚିନ୍ତାଗ୍ରସ୍ତ ରହୁଥିଲେ। କାରଣ କୋଚିଂ ସେଣ୍ଟରରେ ହେଉଥିବା ନିୟମିତ ପରୀକ୍ଷାରେ ସେ କମ୍‌ ମାର୍କ ରଖୁଥିଲେ। ଏଥିନିମନ୍ତେ ସେ ଚାପଗ୍ରସ୍ତ ରହୁଥିବା ବେଳେ କାହା ସହ କଥା ହେଉ ନ ଥିଲେ।

ପୁଲିସ୍‌ ଗୁଲଶନଙ୍କ ପିତାମାତାଙ୍କୁ ଖବର ଦେଇଥିବା ବେଳେ ସେମାନେ କୋଟାରେ ପହଞ୍ଚି ନ ଥିବା ଜଣାଯାଇଛି।


Post Views: 7

ad-week
Leave A Reply

Your email address will not be published.