ରାଗିଂ ରୋକିବ ଇସ୍ରୋ, ପଶ୍ଚିମବଙ୍ଗରେ ହେବ ଆରମ୍ଭ

add-all

ragg

କଲେଜ କ୍ୟାମ୍ପସରେ ରାଗିଂ ରୋକିବାକୁ ନିଆଯିବ ଶକ୍ତ ପଦକ୍ଷେପ । ଏଥିରେ ସାହାଯ୍ୟ କରିବ ଇସ୍ରୋ । ଇସ୍ରୋର ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋରୁ କଲେଜ କ୍ୟାମ୍ପସରେ ରାଗିଂର ମାତ୍ରା ବହୁତ କମିଯିବ ବୋଲି ଆକଳନ କରାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଓ ବିଶ୍ୱବିଦ୍ୟାଳୟ ଚାନସଲେର ଏନେଇ ଇସ୍ରୋ ଚେୟାରମ୍ୟାନ ସୋମନାଥଙ୍କୁ ସାହାଯ୍ୟ କରିବାକୁ ଅପିଲ୍‌ କରିଛନ୍ତି।

ରାଗିଂ ରୋକିବାକୁ ଇସ୍ରୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର କଲେଜଗୁଡ଼ିକରେ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯିବ ବୋଲି ଜଣାଯାଇଛି। ଫଳରେ ରାଗିଂ ଘଟଣା ଘଟିଲେ ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିବା ସହ ସେମାନେ ଏହାକୁ ରୋକିବାକୁ ତୁରନ୍ତ ପଦକ୍ଷେପ ଉଠାଇ ପାରିବେ।

ଏହି ଯନ୍ତ୍ରପାତି ମଧ୍ୟରେ ଭିଡିଓ ଆନାଲିଟିକ୍ସ, ଇମେଜ ମ୍ୟାଚିଂ ମେଶିନ, ଅଟୋମେଟିକ ଟାର୍ଗେଟ ଚିହ୍ନଟ କରି ପାରୁଥିବା ଯନ୍ତ୍ର ଓ ରିମୋଟ ସେନସିଂକୁ ବ୍ୟବହାର କରାଯିବ ।

ଗତ କିଛି ଦିନ ପୂର୍ବେ ପଶ୍ଚିମବଙ୍ଗର ଯାଦବପୁର ୟୁନିଭରସିଟିର ଜଣେ ଛାତ୍ର ବାଲକୋନୀରୁ ପଡ଼ି ଅକାଳରେ ଆଖି ବୁଜିଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ରାଗିଂ ଯୋଗୁ ଛାତ୍ରଜଣକ ଚରମ ପଦକ୍ଷେପ ନେଇଥିବା ଜଣା ପଡ଼ିଥିବା ବେଳେ ଏହି ଘଟଣାରେ ପୁଲିସ୍‌ ୧୨ ଜଣଙ୍କୁ ଗିରଫ କରି ସାରିଛି। ଏହାସତ୍ତ୍ୱେ ଆଉ ମା’ କୋଳକୁ ପୁଅ ଫେରିବନି, କି ଉଜୁଡ଼ି ଯାଇଥିବା ପରିବାର ଆଉ ଥରେ ହସି ଉଠିବନି।

ତେଣୁ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ରାଗିଂକୁ ରୋକିବାକୁ କେତେ ଦୂର ସକ୍ଷମ ହୋଇ ପାରୁଛି ତାହା ଉପରେ ସମସ୍ତଙ୍କ ନଜର। ଏହାକୁ ଖୁବ୍‌ ଉତ୍ସୁକତାର ସହ ଅଭିଭାବକ, ଛାତ୍ରଛାତ୍ରୀ ତଥା କଲେଜ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି। ଏହି ପ୍ରକ୍ରିୟା ଦ୍ୱାରା ରାଗିଂକ ବହୁ ମାତ୍ରାରେ ହ୍ରାସ କରାଯାଇ ପାରିବ ବୋଲି ଆଶା କରାଯାଉଛି।


Post Views: 6

ad-week
Leave A Reply

Your email address will not be published.