ନାଗ ସାପ କବଳରୁ ମାଲିକକୁ ବଞ୍ଚାଇଲା ପୋଷା କୁକୁର ‘ବ୍ଲାକି’, ଶେଷରେ ନିଜେ ଆଖି ବୁଜିଦେଲା…

add-all

dog

ସମ୍ବଲପୁର: ପୋଷା କୁକୁର ସହ ନାଗ ସାପର ଲଢେଇ । ନାଗ ସାପ କବଳରୁ ମାଲିକଙ୍କୁ ବଞ୍ଚାଇଲା ପୋଷା କୁକୁର । ଘର ବାହାରେ ଲୁଚିିଥିଲା ନାଗ ସାପ । ଧିରେ ଧିରେ ପଶୁଥିଲା ଘର ଭିତରକୁ । ତାର ସଁ ସଁ ଶବ୍ଦ ହଠାତ୍ ପଡିଥିଲା ଘରେ ଥିବା ପୋଷା କୁକୁର କାନରେ । ବାସ୍ ସେ ଧାଇଁ ଆସିଥିଲା ଆଉ ଦେଖିଥିଲା ତା ମାଲିକ ଘରକୁ ପ୍ରବେଶ କରିବାକୁ ଯାଇଛି ଏକ ବିଶାକ୍ତ ସାପ । ତାପରେ ସେ ନିଜ ଜୀବନକୁ ବାଜି ଲଗାଇ ନିଜ ମାଲିକକୁ ବଞ୍ଚାଇବା ପାଇଁ ଆଗେଇ ଯାଇଥିଲା ।

ଆପଣ ତ ଜାଣିଛନ୍ତି ପ୍ରାଣୀ ଭିତରେ କୁକୁର ସବୁଠୁ ବିଶ୍ୱସ୍ତ ଓ ଭରଷାଯୋଗ୍ୟ ବୋଲି । ଯାହା ଆଜି ପୁଣି ଥରେ ପ୍ରମାଣିତ ହୋଇଯାଇଛି । ନିଜ ମାଲିକ ପାଇଁ ଜୀବନ ଦେଇ ଦେଇଛି ଏକ ପୋଷା କୁକୁର । ମାଲିକଙ୍କ ପରିବାରକୁ ନାଗସାପ ଠାରୁ ବଂଚାଇବାକୁ ଯାଇ ବ୍ଲାକି ନାମକ ପୋଷା କୁକୁର ଜୀବନ ଦେଇଦେଇଛି । ବୁର୍ଲା ଅଂଚଳର ଗୋଲକୁଣ୍ଡା ଗାଁର ଜୟନାରାୟଣ ମହାପାତ୍ର ୧୫ ବର୍ଷ ହେଲା ଏକ ଜର୍ମାନ ସେଫର୍ଡର କୁକୁର ରଖିଥିଲେ । ରଙ୍ଗ ତାର କଳା ଥିବାରୁ ସମସ୍ତେ ସ୍ନେହରେ ବ୍ଲାକି ଡାକନ୍ତି।

ତେବେ ଗତକଳି ବିଳମ୍ବିତ ରାତିରେ ଏକ ନାଗସାପ ଘର ଭିତରକୁ ପଶିବାକୁ ଚେଷ୍ଟା କରିଥିବାବେଳେ ଉଭୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଥିଲା । ଉଭୟେ ଉଭୟଙ୍କୁ ଆକ୍ରମଣ କରିବା ଲାଗିଥିଲେ । ହେଲେ ଶେଷରେ ନାଗ ସାପର ଚୋଟରେ ବ୍ଲାକିର ଜୀବନ ଚାଲିଯାଇଥିଲା । ତେବେ ପ୍ରଥମେ ବ୍ଲାକି ଆଖିବୁଜିବା ପରେ ପରେ ନାଗ ସାପଟି ମଧ୍ୟ ମରିଯାଥିବା ନେଇ ସୂଚନା ମିଳିଛି।

ତେବେ ଘର ଭିତରକୁ ପଶୁଥିବା ବେଳେ ସାପକୁ ଘର ଭିତରେ ପୁରାଇ ଦେଇନଦେଇ ବ୍ଲାକି ମାଲିକର ଜୀବନ ବଞ୍ଚାଇଦେଲା ସତ ହେଲେ ନିଜ ଜୀବନ ହାରିଦେଲା । ବ୍ଲାକିକୁ ହରାଇ ଏବେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।


Post Views: 7

ad-week
Leave A Reply

Your email address will not be published.