ଜଳିଗଲା ଟ୍ରେନ୍‌: ୯ ମୃତ, ୨୦ ଗୁରୁତର…

add-all

train

ମଦୁରାଇ : ତାମିଲନାଡ଼ୁର ମଦୁରାଇ ଷ୍ଟେସନ ନିକଟରେ ଆଜି ଭୋର ସମୟରେ ଏକ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଯାତ୍ରୀଙ୍କ ମୃତ୍ୟୁହୋଇଥିବାବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, କିଛି ଯାତ୍ରୀ ଟ୍ରେନ୍‌ରେ ଅବୈଧ ଭାବେ ଗ୍ୟାସ୍‌ ସିଲିଣ୍ଡର ନେଇ ଯାଉଥିବା ବେଳେ ତାହା ଫାଟି ଏହି ଅଗ୍ନିକାଣ୍ଡ ହୋଇଛି। ଟ୍ରେନ୍‌ଟି ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ତାମିଲନାଡ଼ୁର ରାମେଶ୍ୱରମ ଯାଉଥିଲା। ଟ୍ରେନ୍‌ଟି ଆଜି ସକାଳେ ତାମିଲନାଡ଼ୁର ମଦୁରାଇ ଷ୍ଟେସନର ଜଙ୍କସନ୍‌ରେ ଅଟକିଥିଲା। ସେଠାରେ ପ୍ରାୟ ଭୋର ୫ଟା୧୫ରେ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Post Views: 6

ad-week
Leave A Reply

Your email address will not be published.