ଟ୍ରମ୍ପଙ୍କ ମଗଶଟ୍‌ ଫଟୋ ଦେଖି ବାଇଡେନ କହିଲେ- ହ୍ୟାଣ୍ଡସମ୍‌ ବ୍ୟକ୍ତି

add-all

han

ଗତ ନିର୍ବାଚନ ରେଜଲ୍ଟ ହେରଫେର ମାମଲାରେ ଗତ ଗୁରୁବାର ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ୨୦ ମିନିଟ୍‌ରେ ତାଙ୍କୁ ଜାମିନ ବି ମିଳି ଯାଇଥିଲା । ମାତ୍ର ଆଇନଗତ ପ୍ରକ୍ରିୟା ଅନୁଯାୟୀ, ଟ୍ରମ୍ପଙ୍କ ମଗଶଟ୍‌ ଫଟୋଶୁଟ୍‌ ହୋଇଥିଲା। ହେଲେ ଏବେ ତାହାର ମଜାକ ଉଡ଼ାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ ।

ଉକ୍ତ ଫଟୋରେ କୋଟ, ଟାଏ ପିନ୍ଧିଥିବା ଟ୍ରମ୍ପଙ୍କର କ୍ୟାମେରାକୁ ଅନାଇବା ଚାହାଣି ବେଶ୍‌ ରୋଚକପୂର୍ଣ୍ଣ ଥିଲ। କାରଣ ସେ ରାଗ ଠାଣିରେ କ୍ୟାମେରା ଆଡ଼କୁ ଅନାଇଥିଲେ। ଉକ୍ତ ଫଟୋକୁ ଦେଖି ଟ୍ରମ୍ପଙ୍କ ନାଁ ନ ନେଇ ହ୍ୟାଣ୍ଡସମ୍‌ ବ୍ୟକ୍ତି ତଥା ଅଦଭୁତ ବ୍ୟକ୍ତି ବୋଲି କହିଛନ୍ତି ବାଇଡେନ । ଟ୍ରମ୍ପ ଗିରଫ ହେବା ସମୟରେ ବାଇଡେନଙ୍କ ସମର୍ଥକ ତାଙ୍କ ସମର୍ଥକଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇଥିବା ଜଣାଯାଇଛି।

କିନ୍ତୁ ଜମାଲ ବୋମେନ ନାମକ ଅନ୍ୟ ଜଣେ ଆମେରିକୀୟ ନେତା ଟ୍ୱିଟ କରି କହିଛନ୍ତି, ଟ୍ରମ୍ପଙ୍କ ଏହି ଫଟୋ ଭାଇରାଲ ହେବା ପରେ ସାରା ଦୁନିଆ ଭାବୁଛି ତାଙ୍କ ରାଜନୈତିକ କ୍ୟାରିଆର ଅନ୍ତ ଘଟିଲା। କିନ୍ତୁ ଏହାପରେ ତାଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏହି ମଗଶଟ୍‌ ଫଟୋ ଟ୍ରମ୍ପଙ୍କ ଭାଗ୍ୟ ପରିବର୍ତ୍ତନ କରିବ । କାରଣ ଏହି ଫଟୋର ବ୍ୟବହାର ସେ ପାଣ୍ଠି ଯୋଗାଡ଼ ସହ ସମର୍ଥନ ଗୋଟାଇବା ନିମନ୍ତେ ବି କରି ପାରିବେ ।

ଟ୍ରମ୍ପଙ୍କ ମଗଶଟ୍‌ ଫଟୋଗ୍ରାଫିରେ ତାଙ୍କ କଏଦୀ ନଂ- P01135809 ବୋଲି ଉଲ୍ଲେଖ ହୋଇଥିଲା। ସେଥିରେ ଟ୍ରମ୍ପଙ୍କ ଉଚ୍ଚତା ୬ ଫୁଟ ୩ ଇଞ୍ଚ ଓ ଓଜନ ୯୭ କେଜି ଏବଂ ଚୁଟି ଷ୍ଟ୍ରବେରୀ ରଙ୍ଗର ବୋଲି ଉଲ୍ଲେଖ ଅଛି ।

ଜର୍ଜିଆ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ନିମନ୍ତେ ଯୋଜନା କରିବା ନେଇ ଟ୍ରମ୍ପଙ୍କ ସହ ଅନ୍ୟ ୧୮ ଜଣଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଗତ ସପ୍ତାହରେ ଏ ଅଭିଯୋଗ ଆସିବା ପରେ ନିଜେ ସରେଣ୍ଡର କରିବେ ବୋଲି ଟ୍ୱିଟ କରି ଟ୍ରମ୍ପ ସୂଚନା ଦେଇଥିଲେ। ଏହାପରେ ଗତ ଶୁକ୍ରବାର ସେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଜାମିନ ମିଳି ଯାଇଥିଲା।

ଟ୍ରମ୍ପ ଓ ତାଙ୍କ ସମର୍ଥକ ଏହାକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। କାରଣ ଏବେ ଟ୍ରମ୍ପ ନିଜ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରେସ୍‌ରେ ଥିବା ବେଳେ ତାଙ୍କ ନାମରେ ଏପରି ଅଭିଯୋଗ ଆଣି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି।


Post Views: 6

ad-week
Leave A Reply

Your email address will not be published.