ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

add-all

sarat

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ ପ୍ରତିକ୍ରିୟା ରଖି କହିବାକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ଉପରେ ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଗଣତନ୍ତ୍ର ନାମରେ ଚାଲିଥିବା ଏହି ଏକଛତ୍ରବାଦ ଶାସନକୁ କଡା ନିନ୍ଦା କରୁଛନ୍ତି ବୋଲି କହିଛନ୍ତି।

ସେହିପରି  ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପାଇଁ ବିବେକ ବିହାର ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା। ଯେଉଁଠାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ବୈଠକରେ ଯୋଗଦେବା ପାଇଁ କିଏ ଅନୁମତି ଦେଇଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।

ସେହିପରି ଏସବିଆର ମହିଳା କଲେଜର ଛାତ୍ରୀ ସନ୍ଧ୍ୟା ସେଠୀ ନାମକ ଆୟୋଜନ ସ୍ଥଳକୁ ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ପିସିସି ସଭାପତି କହିଛନ୍ତି, କ୍ଷତି ଓ ଆଘାତ ପାଇଁ କିଏ ଦାୟୀ ରହିବ?  ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ସନ୍ଧ୍ୟା ସେଠୀଙ୍କ ଜୀବନ ବଞ୍ଚାନ୍ତୁ।

Post Views: 6

ad-week
Leave A Reply

Your email address will not be published.