ନୂଆବର୍ଷରୁ ରାଜ୍ୟରେ ଗଡ଼ିବ ଆଉ ୧୧୨ଟି ୧୦୮ ଆମ୍ବୁଲାନ୍ସ

puja26

ଭୁବନେଶ୍ବର: ଆସନ୍ତା ନୂଆବର୍ଷରୁ ରାଜ୍ୟରେ ୧୧୨ଟି ନୂଆ ୧୦୮ ଆମ୍ବୁଲାନ୍ସ ଗଡ଼ିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଡିସେମ୍ବରରେ ଆମ୍ବୁଲାନ୍ସ ଆସିବା ପରେ ସେଥିରେ ଆବଶ୍ୟକ ମେଡିକାଲ ସରଞ୍ଜାମ ଲଗାଯିବ। ପରେ ତାହା ରୋଗୀସେବାରେ ନିୟୋଜିତ ହେବ। ସେହିପରି, ଅବଧି ସରିଥିବା ୧୧୨ଟି ଆମ୍ବୁଲାନ୍ସର ଅକ୍ସନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ, ସମସ୍ତ ଆମ୍ବୁଲାନ୍ସ ମେଣ୍ଟେନାନ୍ସ ବାବଦକୁ ମାସକୁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଜଣାପଡ଼ିଛି। ଦୀର୍ଘ ମାସ ହେବ ୧୧୨ଟି ୧୦୮ଆମ୍ବୁଲାନ୍ସର ଅବଧି ଶେଷ ହୋଇଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇନଥିଲା। ଏବେ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ରହିଛି ଏବଂ ଡିସେମ୍ବରରେ ଗାଡ଼ି ଆସିବା ପରେ ଜାନୁଆରୀରେ ଗଡ଼ିବା ନେଇ ଯୋଜନା ରହିଛି। ସମ୍ଭବତଃ ନୂଆବର୍ଷରୁ ଏହାର ଶୁଭାରମ୍ଭ ହୋଇପାରେ ବୋଲି ଜଣାପଡ଼ିଛି। ଏହି ସବୁ ଆମ୍ବୁଲାନ୍ସ ଫୋର୍ସ କମ୍ପାନୀ ଯୋଗାଇବ।
ବର୍ତ୍ତମାନ ବିିଭିନ୍ନ ଜିଲାରେ ସେବାରେ ଉପଲବ୍ଧ ଥିବା ମୋଟ ୮୬୦ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏହି ଆମ୍ବୁଲାନ୍ସଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ବାବଦକୁ ମାସକୁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କର୍ମଚାରୀଙ୍କ ଦରମା ବାବଦକୁ ୧୧ କୋଟିରୁ ଅଧିକ ଟଙ୍କା ଯାଉଛି। ଏବେ ସୁଦ୍ଧା ୧୦୮ ଆମ୍ବୁଲାନ୍ସ ରାଜ୍ୟରେ ପ୍ରାୟ କୋଟିଏ ୬୦ଲକ୍ଷରୁ ଅଧିକ ଲୋକଙ୍କୁ ସେବା ଯୋଗାଇ ସାରିଛି।

ad-week
Leave A Reply

Your email address will not be published.