ମୁମ୍ବାଇର ଗାଲାକ୍ସି ହୋଟେଲରେ ଲାଗିଲା ନିଆଁ, ୮ ଗୁରୁତର, ୩ ମୃତ

add-all

fir

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନି ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ସ୍ଥିତ ଗାଲାକ୍ସି ହୋଟେଲରେ ଭିଷଣ ନିଆଁ ଲାଗିଛି। ଏହା ଜଣାପଡିବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିଲା। ଏହି ଅଗ୍ନିକାଣ୍ଡ ଫଳରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଲାଗିବାର ଖବର ମିଳିବା ପରେ ଘଟଣାସ୍ଥଳରେ ଫାୟାର ବ୍ରିଗେଡର ଗାଡି ପହଞ୍ଚିଥିଲା। ଫାୟାର ବ୍ରିଗେଡର ଗାଡି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା।

କୁହାଯାଉଛି କି ଏହି ନିଆଁ ଦିନ ପ୍ରାୟ ୧ଟାରେ ଲାଗିଥିଲା। ନିଆଁ ଲାଗିଥିବା ଜଣାପଡିବା ପରେ ହୋଟେଲରେ ଥିବା ଲୋକେ ଏଣେତେଣେ ଦୌଡିବା ଆରମ୍ଭ କରିଥିଲେ। ହୋଟେଲ ଷ୍ଟାଫ ଭୟଭୀତ ହୋଇ ରୁମ ଖାଲି କରିବାରେ ବ୍ରସ୍ତ ହୋଇ ପଡିଥିଲେ। ଏବେ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ଆହତଙ୍କୁ ତୁରନ୍ତ ଚିକିସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Post Views: 6

ad-week
Leave A Reply

Your email address will not be published.