ଓୱାଇସିଙ୍କ ହାତରେ କେସିଆରଙ୍କ କାର୍‌ ଷ୍ଟିଅରିଂ: ଶାହା

add-all

amit

ହାଇଦ୍ରାବାଦ୍‌: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ତେଲେଙ୍ଗାନା ଖମ୍ମମରେ ‘ରାୟଥୁ ଗୋସା-ଭାଜପା ଭରୋସା’ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏଥର ଭାଜପା ଏଠାରେ କ୍ଷମତାକୁ ଆସିବ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ହେଉଛି ୪ଜି ଦଳ, ଯାହାର ଅର୍ଥ ହେଉଛି ଚାରି ପିଢିର ଦଳ (ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ), ବିଆରଏସ ହେଉଛି ୨ଜି ପାର୍ଟି, ଯାହାର ଅର୍ଥ ହେଉଛି ଦୁଇ ପିଢିର ପାର୍ଟି (କେସିଆର ଏବଂ ପରେ କେ.ଟି.ଆର) ଏବଂ ଓୱାଇସିଙ୍କ ଦଳ ହେଉଛି, ପାର୍ଟି, ଏହା ୩ ପିଢିରୁ ଚାଲିଆସୁଛି।

ସେ ଦାବି କରିଛନ୍ତି ଯେ, ଏଥର ରାଜ୍ୟରେ ୨ଜି, କିମ୍ବା ୩ଜି, କିମ୍ବା୪ଜି ଆସିବ ନାହିଁ। ଏଥର ଭାରତୀୟ ଜନତା ପାର୍ଟି ସରକାର ଏଠାରେ ଆସିବେ ଏବଂ ପଦ୍ମ ଫୁଟିବ। ପାଲଟିଛି। କେସିଆର ତେଲେଙ୍ଗାନା ମୁକ୍ତି ସଂଗ୍ରାମର ଲୋକଙ୍କ ସ୍ବପ୍ନକୁ ଭାଙ୍ଗିବା ପାଇଁ ଓୱାଇସିଙ୍କ ସହ ବସି କାମ କରିଛନ୍ତି। ଆଗାମୀ ଦିନରେ କେସିଆର ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଏଥର ରାଜ୍ୟରେ ଭାଜପାର ମୁଖ୍ୟମନ୍ତ୍ରୀ ଆସିବ। ଶାହା ଆହୁରି ମଧ୍ୟ କହିଛନ୍ତି, କେସିଆରଙ୍କ ଦଳର ନିର୍ବାଚନ ପ୍ରତୀକ ଏକ କାର। ସେହି କାର ଭଦ୍ରାଚାଲମ ପର୍ଯ୍ୟନ୍ତ ଯାଏ, କିନ୍ତୁ ଏହା ରାମ ମନ୍ଦିର ପର୍ଯ୍ୟନ୍ତ ଯାଏ ନାହିଁ କାରଣ ସେହି କାରର ଷ୍ଟିଅରିଂ ଓୱାଇସିଙ୍କ ହାତରେ ଅଛି।

Post Views: 6

ad-week
Leave A Reply

Your email address will not be published.