ଚନ୍ଦ୍ରପୃଷ୍ଠରେ ମାଟିର ତାପମାତ୍ରା ମାପିଲା ଚନ୍ଦ୍ରଯାନ-3

add-all

chan

ଚନ୍ଦ୍ରରେ ଅନୁସନ୍ଧାନ ଆରମ୍ଭ କରିଦେଇଛି ଚନ୍ଦ୍ରଯାନ-3। ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ପରେ ଇସ୍ରୋକୁ ପଠାଉଛି ନୂଆ ନୂଆ ତଥ୍ୟ। ଏହିପରିପ୍ରେକ୍ଷୀରେ ଲ୍ୟାଣ୍ଡର ବିକ୍ରମରେ ଲାଗିଥିବା ChaSTE ପେଲୋଡ୍ ଚନ୍ଦ୍ରପୃଷ୍ଠରୁ ପଠାଇଛି ଆଉ ଏକ ସୂଚନା। ସେଠାରେ ମାଟିର ତାପମାତ୍ରା କେତେ ରହେ ତା’ର ଅନୁସନ୍ଧାନ କରିଛି ଏହି ପେଲୋଡ୍।

ଏନେଇ ଇସ୍ରୋ ଏକ୍ସ(ପୂର୍ବର ଟ୍ୱିଟର୍) ଯେଗେ ସୂଚନା ଦେଇ କହିଛି, “ଚନ୍ଦ୍ରର ଭୂପୃଷ୍ଠରୁ 10 ସେମି ପର୍ଯ୍ୟନ୍ତ ତାପମାତ୍ରାରେ ପାର୍ଥକ୍ୟ ଥିବା ଜଣାପଡୁଛି। ପ୍ରଥମ କରି ମହାକାଶ ବିଜ୍ଞାନ ଇତିହାସରେ ଚନ୍ଦ୍ରୟାନ-3 ଚନ୍ଦ୍ରର ଦକ୍ଷିଣ ମେରୁର ମୃତ୍ତିକା ପରୀକ୍ଷା କରି ଏହି ସୂଚନା ପଠାଇଛି।” ଇସ୍ରୋ ଏହାର ଏକ ଗ୍ରାଫ୍ ମଧ୍ୟ ସେୟାର୍ କରିଛି। ଗ୍ରାଫରେ ଥିବା ତାପମାତ୍ରା -10 ଡିଗ୍ରୀ ସେଲସିୟସରୁ 50 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଥିବା ଦେଖିବାକୁ ମିଳୁଛି।

ଇସ୍ରୋ କହିଛି ଯେ, ChaSTE ପେଲୋଡ୍ ମାଧ୍ୟମରେ ଏହି ଅନୁସନ୍ଧାନ କରାଯାଇଛି। ଏଥିରେ 10 ଟି ଭିନ୍ନ ଭିନ୍ନ ତାପମାତ୍ରା ସେନ୍ସର ଅଛି। ଏହି ଗ୍ରାଫରେ ଚନ୍ଦ୍ରର ତାପମାତ୍ରାର ପାର୍ଥକ୍ୟ ଦେଖାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ କରି ତାପମାତ୍ର ଯାଞ୍ଚ କରାଯାଇଥିବା ଇସ୍ରୋ କହିଛି।

ଗତକାଲି ଇସ୍ରୋ କହିଥିଲା ​​ଯେ, ଚନ୍ଦ୍ରଯାନ-3 ମିଶନର ତିନୋଟି ଉଦ୍ଦେଶ୍ୟ ମଧ୍ୟରୁ ଦୁଇଟି ପୂରଣ ହୋଇସାଛି। ତୃତୀୟ ଉଦ୍ଦେଶ୍ୟ ଉପରେ ବୈଜ୍ଞାନିକ ପରୀକ୍ଷଣ ଜାରିରହିଛି। ଆହୁରି ମଧ୍ୟ, ଚନ୍ଦ୍ରଯାନ-3 ମିଶନର ସମସ୍ତ ପେଲୋଡ୍ ସାଧାରଣ ଭାବରେ କାମ କରୁଛି। ଆଗକୁ ଚନ୍ଦ୍ରପୃଷ୍ଠ ଭାବଦରେ ନୂଆ ସୂଚନା ଆସିବ।


Post Views: 6

ad-week
Leave A Reply

Your email address will not be published.