କୁନି ଝିଅକୁ ବାଟରେ ଘେରିଗଲେ କୁକୁର, ପିଲାଟିକୁ କାମୁଡ଼ି ରକ୍ତାକ୍ତ କରିଦେଲେ

add-all

ଏକୁଟିଆ ଯାଉଥିବା କୁନି ଝିଅକୁ ବାଟରେ ଘେରିଗଲେ କୁକୁର । ଚକ୍ରବ୍ୟୁହ ଭିତରେ ଫସି ଯାଇ କୁନି ଝିଅଟି ବଞ୍ଚିବାକୁ ଆର୍ତ୍ତ ଚିତ୍କାର କରୁଥିବା ବେଳେ କୁକୁରମାନେ ପିଲାଟିକୁ କାମୁଡ଼ି ରକ୍ତାକ୍ତ କରି ଦେଇଥିଲେ। ଜୀବନ ବିକଳରେ ପିଲାଟି ମୁକୁଳିବାକୁ ଶତଚେଷ୍ଟା କରିବି ସଫଳ ହୋଇ ପାରୁ ନ ଥିଲା। ଇତି ମଧ୍ୟରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଦେବଦୂତ ସାଜିଲେ । ସେ ପିଲାଟିକୁ ମରଣ ମୁହଁରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏପରି ଲୋମଟାଙ୍କୁରା ଘଟଣା ତାମିଲନାଡ଼ୁରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଗତ ରବିବାର ଏକ କୁନି ଝିଅ ନିଛାଟିଅ ରାସ୍ତାରେ ଚାଲି ଚାଲି ଯାଉଛି। ଉକ୍ତ ସମୟରେ କିଛି ବୁଲା କୁକୁର ପିଲାଟିକୁ ଚାରିପଟୁ ଘେରି ଯାଇ ଆକ୍ରମଣ କରିବାକୁ ଲାଗିଲେ। କୁକୁର କାମୁଡ଼ାରେ ପିଲାଟି ଆର୍ତ୍ତ ଚିତ୍କାର କରୁଥିବା ବେଳେ ଆଖପାଖରେ କେହି ନ ଥିଲେ।

ହି ସମୟରେ ହଠାତ୍‌ ଜଣେ ବ୍ୟକ୍ତି ଉକ୍ତ ରାସ୍ତାରେ ପିଲାଟିର କାନ୍ଦିବା ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଏହାପରେ ସେ ବୁଲା କୁକୁରଙ୍କୁ ଘଉଡ଼ାଇ ପିଲାଟିକୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପିଲାଟି ଚିକିତ୍ସାଧୀନ ଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଏହି ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଏପରିକି ବୁଲା କୁକୁରଙ୍କୁ ତୁରନ୍ତ ଉଠାଇ ନେବାକୁ ସେମାନେ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.