ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି

add-all

ଚୀନ୍ ନୂଆ ମ୍ୟାପ୍ ଜାରି କରିବା ପରେ ପୁରୁଣା କଥା ଦୋହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। କହିଲେ ମୁଁ ବର୍ଷ ବର୍ଷ ଧରି ଏହା କହୁଛି। ଚୀନ୍ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ ଦୃଢୋକ୍ତି ଦେଉଛନ୍ତି ତାହା ମିଛ। “ସମଗ୍ର ଲଦାଖ ଜାଣିଛି… ଚୀନ୍ ଆମର ଜମି ନେଇଛି।”

ଚୀନ୍ ଭାରତର କିଛି ଜମିକୁ ନିଜ ମ୍ୟାପରେ ସାମିଲ୍ କରି ଫଟୋ ପ୍ରକାଶ କରିବା ମାମଲାରେ ରାହୁଲ ଗାନ୍ଧି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ମାନଚିତ୍ରର ବିଷୟ ଅତ୍ୟନ୍ତ ଗମ୍ଭୀର, କିନ୍ତୁ ଚୀନ୍ ପୂର୍ବରୁ ଆମ ଜମି ନେଇସାରିଛି। ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ପ୍ରତିକ୍ରିୟା ରଖିବା ଉଚିତ୍।”

28 ଅଗଷ୍ଟରେ ଚୀନ୍ ମାନଚିତ୍ରର 2023 ସଂସ୍କରଣ ପ୍ରକାଶ କରିଛି। ଏଥିରେ ଭାରତର ଅରୁଣାଚଳ ପ୍ରଦେଶ ଏବଂ ଅକସାଇକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଛି ଚୀନ୍। ଏହା ସହିତ ତାଇୱାନ ଏବଂ ଦକ୍ଷିଣ ଚୀନ୍ ସାଗର ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ନିଜ ମ୍ୟାପରେ ଅନ୍ତର୍ଭୂକ୍ତ କରିଛି। ଯାହାକୁ ତୀବ୍ର ବିରୋଧ କରାଯିବା ସହ ବୁଦ୍ଧିଜୀବୀଙ୍କ ମହଲରେ ଚିନ୍ତା ପ୍ରକଟ ମଧ୍ୟ ହୋଇଛି। ଏହାକୁ ଭାରତ ଖଣ୍ଡନ କରିବା ସହ ଚୀନ୍ ଏପରି ପାଗଳାମି କରେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଚୀନ୍‌ର ଏପରି ଦାବିକୁ ଆମେ ପ୍ରତ୍ୟାଖ୍ୟାନ କରୁଛୁ। କାରଣ କୌଣସି ଆଧାର ନ ରଖି ଚୀନ୍ ଏପରି ବାରମ୍ୱାର କରେ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଚୀନର ମ୍ୟାପ୍ ପ୍ରକାଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, “ଏହା ଚୀନର ପୁରୁଣା ଅଭ୍ୟାସ। ଅନ୍ୟ ରାଷ୍ଟ୍ରର ଅଞ୍ଚଳକୁ ନିଜ ମ୍ୟାପରେ ସ୍ଥାନିତ କରିବାର ମୂଲ୍ୟ କିଛି ନାହିଁ।”

ନିକଟରେ ଲଦାଖରେ ପିତା ରାଜୀବ ଗାନ୍ଧିଙ୍କୁ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ରାହୁଲ ଏହି ଦାବି କରିଥିଲେ। ସେ କହିଥିଲେ ଯେ, ଲଦାଖରେ ଚୀନର ଅନୁପ୍ରେବଶ ହୋଇଛି ଏବଂ ସେ କିଛି ଜମି ନେଇଛି।

ad-week
Leave A Reply

Your email address will not be published.