ମଧ୍ୟାହ୍ନ ଭୋଜନ ବେଳେ ଜଳିଗଲା ଗ୍ୟାସ୍‌ ସିଲିଣ୍ଡର; ଅଘଟଣରୁ ବର୍ତ୍ତିଗଲେ ଛାତ୍ରଛାତ୍ରୀ…

add-all

ନିମାପଡ଼ା: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ କାରଣରୁ ବଡ଼ଧରଣର ଅଘଟଣ ଘଟି ନାହିଁ। କିନ୍ତୁ ଖୁସିର ବିଷୟ ହେଲା ଯେ, ଏହି ଅଘଟଣରେ କୌଣସି ଛାତ୍ରଛାତ୍ରୀଙ୍କର କ୍ଷୟକ୍ଷତି ହୋଇ ନାହିଁ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଧିନ ଚାରିଛକ ଥାନା ଅନ୍ତର୍ଗତ ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏହି ଅଭାବନୀୟ ପରସ୍ଥିତି ଦେଖାଯାଇଛି।

ସୂଚନା ଅନୁସାରେ ଆଜି ଛଣିଜଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିଲା। ମ୍ୟାନୁ ଅନୁସାରେ ସୋୟାବଡ଼ି ତରକାରୀ ରୋ‌ଷେୟୀ ଚାଲିଥିବା ବେଳେ ଗ୍ୟାସ୍‌ ସିଲିଣ୍ଡରରେ ଅଚାନକ ନିଆଁ ଲାଗିଥିଲା। କିନ୍ତୁ ସୌଭାଗ୍ୟ ବଶତଃ ରୋଷେଇରେ ନିୟୋଜିତ ଥିବା ପାଚିକା ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲକୁ ଖାଲି କରି ଦେଇଥିଲେ। ଘଟଣାସ୍ଥଳରେ ଚାରିଛକ ପୁଲିସ, ଦମକଳବାହିନୀ ଓ ସ୍ଥାନୀୟ ଲୋକେ ପହଁଚି ନିଆଁକୁ ଆୟତ୍ତ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ପଞ୍ଚ।ୟତ କାର୍ଯ୍ୟାଳୟକୁ ସ୍ଥାନାତରିତ କରିଥିଲେ।

ad-week
Leave A Reply

Your email address will not be published.