ଅଗଷ୍ଟରେ ଜିଏସଟି ସଂଗ୍ରହ ୧୧% ବଢ଼ିଲା, ଆଦାୟ ହେଲା ୧.୬ ଲକ୍ଷ କୋଟି

add-all

ଜିଏସ୍‌ଟି ରାଜସ୍ୱ ଗତବର୍ଷ ଅଗଷ୍ଟ ତୁଳନାରେ ଏଥର ୧୧% ବୃଦ୍ଧି ପାଇଛି। କ୍ରମାଗତ ଭାବେ ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଉପରେ ରହୁଥିବାରୁ ଏହା ଅର୍ଥନୀତି ପାଇଁ ଭଲ ଖବର ଆଣି ଦେଇଛି। କ୍ରମାଗତ ତୃତୀୟ ଥର ପାଇଁ ମାସିକ ଜିଏସ୍‌ଟି ରାଜସ୍ୱ ୧.୬ ଲକ୍ଷ କୋଟି ଉପରେ ରହିଛି।

୨୦୨୨ ମସିହା ଅଗଷ୍ଟ ମାସରେ ଜିଏସ୍‌ଟି ବାବଦରେ ୧,୪୩,୬୧୨ କୋଟି ଟଙ୍କା ଆଦାୟ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଅଗଷ୍ଟରେ ଜିଏସ୍‌ଟି ରାଜସ୍ୱ ୧.୬ ଲକ୍ଷ କୋଟି ଟଙ୍କା ଥିବା ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି।

ଦେଶରୁ ଜିଏସ୍‌ଟି ବାବଦରେ ଆଦାୟ ହେଉଥିବା ରାଜସ୍ୱ ସଂଗ୍ରହର ପରିମାଣ ବୃଦ୍ଧି ପାଇଛି। ଜୁଲାଇ ମାସରେ ସମଗ୍ର ଦେଶରୁ ୧,୬୫,୧୦୫ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।

ଚଳିତ ବର୍ଷ ଏପ୍ରିଲ ମାସରେ ରେକର୍ଡ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସ୍‌ଟିରୁ ସଂଗ୍ରହ ହୋଇଥିଲା। ଏହା ସର୍ବକାଳୀନ ରେକର୍ଡ ରହିଥିଲା। ଜୁଲାଇ ମାସରେ ମୋଟ ୧,୬୫,୧୦୫ କୋଟି ଟଙ୍କା ଜିଏସଟି ବାବଦରୁ ମିଳିଥିଲା।

ଜୁନ ମାସରେ ଜିଏସ୍‌ଟିରୁ ୧,୬୧,୪୮୭ କୋଟି ଟଙ୍କଆଦାୟ ହୋଇଥିଲା। ମେ’ ମାସରେ ଜିଏସ୍‌ଟି ଆଦାୟ ପରିମାଣ ୧,୫୭,୦୯୦ କୋଟି ଥିଲା।

ad-week
Leave A Reply

Your email address will not be published.